ବମ୍ବେ ହାଇକୋର୍ଟରେ ଚାଲିଛି ଆରୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି । ଅନ୍ତର୍ଜାତୀୟ ଡ୍ରଗ୍ସ ଲିଙ୍କ ଥିବା କହି ଜାମିନକୁ ବିରୋଧ କଲା ଏନସିବି

ଜେଲରୁ ବାହାରିଲେ ପ୍ରମାଣ ନଷ୍ଟ କରିବାର ରହିଛି ଭୟ

163

କନକ ବ୍ୟୁରୋ : ଜୁନିୟର ଖାନଙ୍କୁ ବେଲ ମିଳିବ ନା ଜେଲରେ ରହିବାକୁ ପଡିବ । ଆଜି ବମ୍ବେ ହାଇକୋର୍ଟରେ ଜାମିନ ଶୁଣାଣି ଉପରେ ନିର୍ଭର କରୁଛି ଅଭିନେତା ଶାହରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ଭାଗ୍ୟ । ଦୁଇ ଦୁଇଥର ଜାମିନ ଆବେଦନ ଖାରଜ ହେବାପରେ ଆଜି ବମ୍ବେ ହାଇକୋର୍ଟରେ ଜାମିନ ଶୁଣାଣି ଚାଲିଛି । ହେଲେ ଜାମିନକୁ ଜୋରଦାର ବିରୋଧ କରିଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ଏନସିବି ଦାଖଲ କରିଥିବା ସତ୍ୟପାଠରେ କହିଛି ଯେ, ଆରୟନଙ୍କ ଅନ୍ତର୍ଜାତୀୟ ଡ୍ରଗ୍ସ ଲିଙ୍କ ନେଇ ପ୍ରମାଣ ମିଳିଛି । ତାଙ୍କ ହ୍ୱାଟ୍ସଆପ ଚାଟ ଗୁଡିକ ସନ୍ଦେହ ଜନକ ରହିଛି । ଯାହାର ଖୋଳତାଡ ଚାଲିଛି ।

ଆରୟନ ଜଣେ ପ୍ରଭାବଶାଳୀ ଅଭିନେତାଙ୍କ ପୁଅ ହୋଇଥିବାରୁ ଜେଲରୁ ବାହାରକୁ ଗଲେ ତଦନ୍ତକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ଏପରିକି ଅଭିନେତା ଶାହରୁଖଙ୍କ ମ୍ୟାନେଜର ପୂଜା ଦଦଲାନି ସାକ୍ଷୀମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ଏନସିବି ତାର ସତ୍ୟପାଠରେ ଦର୍ଶାଇଛି । ସେପଟେ ଆରୟନଙ୍କ ପାଇଁ ଆଜି ବମ୍ବେ ହାଇକୋର୍ଟରେ ମାମଲା ପରିଚାଳନା କରୁଛନ୍ତି ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୂଲ ରହତୋଗୀ । ତେଣୁ ବମ୍ବେ ହାଇକୋର୍ଟଙ୍କ ଶୁଣାଣି ଉପରେ ପୁରା ଦେଶର ନଜର ଅଟକି ରହିଛି । ଡ୍ରଗ୍ସ ମାମଲାରେ ଗତ ୮ ତାରିଖରୁ ଗିରଫ ହୋଇ ଜେଲରେ ଅଛନ୍ତି ଆରୟନ ଖାନ ।