ଆରୟନ ଖାନ୍ ଡ୍ରଗ୍ସ ଘଟଣାକୁ ନେଇ ମୁହଁ ଖୋଲିଲେ ଓ୍ୱବୈସୀ । ପଢନ୍ତୁ, କଣ କହିଲେ…

209

କନକ  ବ୍ୟୁରୋ: ଡ୍ରଗ୍ସ କେସରେ ଫସିଥିବା ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ନେଇ ଏବେ ପ୍ରତିକିୟା ରଖିଛନ୍ତି ଏଆଇଏମଆଇଏମର ନେତା ଅସଉଦ୍ଦିନ ଓ୍ୱବୈସୀ । ସେ କହିଛନ୍ତି, ମୁଁ ଗରିବ ମୁସଲମାନଙ୍କ ପାଇଁ ଚିନ୍ତିତ, ମୁଁ ସେମାନଙ୍କ ପାଇଁ ସ୍ୱର ଉଠାଇବି , ଯେଉଁ ମୁସଲମାନମାନେ ଜେଲରେ ବନ୍ଦୀ ହୋଇ ରହିଛନ୍ତି ସେମାନଙ୍କ ପାଇଁ କହିବି । ହେଲେ ଯାହାଙ୍କ ବାପା ସବୁ ଦୃଷ୍ଟି ସକ୍ଷମ ଓ ଶକ୍ତିଶାଳୀ ମୁଁ କେବେ ବି ତାଙ୍କ ପାଇଁ ମୁହଁ ଖୋଲିବନି ବୋଲି ଓ୍ୱବୈସୀ କହିଛନ୍ତି ।

ଏଥସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଫିଲ୍ମ ଷ୍ଟାରଙ୍କ ପୁଅକୁ ନେଇ କହିବାକୁ ତାଙ୍କୁ କୁହାଯାଉଛି । ହେଲେ ସେ ଏହି ବିଷୟରେ କିଛି ବି କହିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ସେ କେବଳ ଦେଶର ଗରିବ ମୁସଲମାନଙ୍କ ପାଇଁ ମୁହଁ ଖୋଲିବେ ବୋଲି କହିଛନ୍ତି । ତା ସହିତ ଉତ୍ତରପ୍ରଦେଶରେ କେବଳ ୨୭ ପ୍ରତିଶତ ମୁସଲମାନ ଜେଲରେ ବନ୍ଦୀ ହୋଇ ରହିଛନ୍ତି, ସେମାନଙ୍କ କଥା କିଏ କହିବ ବୋଲି ଓ୍ୱବୈସୀ ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ ଲଖୀମପୁର ହିଂସାକାଣ୍ଡକୁ ନେଇ ମଧ୍ୟ ଔବୈସୀ ଯୋଗୀ ସରକାରକୁ ଟାର୍ଗେଟ କରିଛନ୍ତି । ପିଏମ୍ ମୋଦୀ ଓ ସିଏମ୍ ଆଦିତ୍ୟନାଥ କାହିଁକି ଆଶିଷ ମିଶ୍ରାଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୨ ତାରିଖ ରାତିରେ ଡ୍ରଗ୍ସ ପାର୍ଟି ଘଟଣାରେ ଏନସିବି ଏକ କ୍ରୁଜ୍ ଉପରେ ଚଢାଉ କରିଥିଲା । ଏହି ଘଟଣାରେ ବଲିଉଡ୍ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନ ସାମିଲ ଥିବା ଦେଖିବାକୁ ମିଳିଥିଲା । ଆରୟନଙ୍କୁ ଏନସିବି ନିଜ ହେପାଜତକୁ ନେବା ସହିତ ପରେ ଗିରଫ କରିଥିଲା । ପରେ କୋର୍ଟ ଏବେ ଆରୟନକୁ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇଛନ୍ତି । ଆରୟନ ଖାନ ଏବେ ମୁମ୍ବାଇର ଆର୍ଥର ରୋଡ୍ ଜେଲରେ ଅଛନ୍ତି ।