୧୩ ତାରିଖ ଯାଏଁ ଜେଲରେ ରହିବେ ଆରୟନ୍ ଖାନ୍ । ବୁଧବାର ହେବ ଜାମିନ ଆବେଦନ ଶୁଣାଣି

61

ମୁମ୍ବାଇ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ମିଳିଲାନି ଆଶ୍ୱସ୍ତି । ୧୩ ତାରିଖ ଯାଏଁ ଆରୟନଙ୍କୁ ଜେଲରେ ରହିବାକୁ ପଡିବ । ଆଜି ଏହି ମାମଲାରେ ଏନସିବି କୋର୍ଟରେ ଜବାବ ଦାଖଲ କରିବାର ଥିଲା , କିନ୍ତୁ ଅଧିକ ସମୟ ମାଗିଥିଲା ତଦନ୍ତକାରୀ ଏଜେନ୍ସି । ପେପରୱାର୍କ ଚାଲିଥିବା ଦର୍ଶାଇ ଏନସିବି ଅଧିକ ସମୟ ମାଗିଥିଲା । ଏ ନେଇ ବୁଧବାର ଦିନ ୧୧ଟା ସୁଦ୍ଧା ଏନସିବି ଜବାବ ଦାଖଲ କରିବ । ଏହା ପରେ ଆରୟନଙ୍କ ଜାମିନ ଆବେଦନ ଶୁଣାଣି ଦିନ ୨ଟା ୪୫ରେ ହେବ । ଶନିବାର ଆରୟନ୍ ଖାନ୍, ଅରବାଜ ମର୍ଚାଂଟ, ମୁନମୁନ ଧମେଚାଙ୍କ ଜାମିନ୍ ଆବେଦନର ଶୁଣାଣି ହୋଇଥିଲା । ହେଲେ କୋର୍ଟ ଜାମିନ୍ ଆବେଦନ ଖାରଜ କରିଦେଇଥିଲେ । ଏହା ପରେ ଏନ୍ସିବି ଆରୟନ୍ଙ୍କ ଡ୍ରାଇଭରଙ୍କୁ ପାଖାପାଖି ୧୨ ଘଂଟା ଜେରା କରିଥିଲା । ଏବେ ଆରୟନ୍ ଆର୍ଥର ରୋଡ୍ ଜେଲରେ କ୍ୱାରେଂଟାଇନ୍ ସେଲରେ ଅଛନ୍ତି । ରେଭ୍ ପାର୍ଟର୍ିରୁ ଆରୟନଙ୍କୁ ଗିରଫ କରିଥିଲା ଏନସିବି ।

ଆଜି ‘ଏନ୍‌ଡିପିଏସ୍‌’ ଅଦାଲତରେ ଆର୍‌ୟନ୍‌ଙ୍କ ଓକିଲ ନୂଆ ଜାମିନ ଆବେଦନ ଦାଖଲ କରିବା ପରେ ଶୁଣାଣି ଆରମ୍ଭ ହୋଇଥିଲା। ଜାମିନ ଆବେଦନର ଉତ୍ତର ଦାଖଲ କରିବାକୁ ନୋଟିସ୍‌ ଦିଆଯିବା ପରେ ‘ଏନ୍‌ସିବି’ର କାଉନ୍‌ସେଲ୍‌ କହିଲେ ଯେ, ଗୁଡ଼ାଏ ଜାମିନ ଆବେଦନ ପଡ଼ି ରହିଥିବାରୁ ଏହାର ଜବାବ ଦାଖଲ କରିବାକୁ ସପ୍ତାହେ ସମୟ ଲାଗିବ। ଦଶହରା ପୂର୍ବରୁ ସେମାନେ ମାତ୍ର ଗୋଟିଏ ଜାମିନ ଆବେଦନର ଜବାବ ଦାଖଲ କରି ପାରିବେ।

ଆର୍‌ୟନ୍‌ ଖାନ୍‌ଙ୍କ ତରଫରୁ ହାଜର ହୋଇ ଓକିଲ ଅମିତ ଦେଶାଇ କହିଲେ, ସପ୍ତାହେ ହେବ ବ୍ୟକ୍ତିଜଣକ ଜେଲ୍‌ରେ ଅଛନ୍ତି। ଜାମିନ ଶୁଣାଣି ତଦନ୍ତ ଉପରେ ନିର୍ଭର କରେନାହିଁ। ମୁଁ ଜାମିନ ପାଇଁ ଯୁକ୍ତି ବାଢୁନାହିଁ, ଖାଲି ତାରିଖ ପାଇଁ ଯୁକ୍ତି କରୁଛି। ଏହାଛଡ଼ା, ପ୍ରଶାସନିକ କାରଣରୁ କୌଣସି ଲୋକର ସ୍ୱାଧୀନତା ଉପରେ ଆଞ୍ଚ୍‌ ଅଣାଯାଇ ପାରିବ ନାହିଁ।

ତେଣୁ, ଆଜି ଅପରାହ୍ଣ କିଂବା ଅତିବେଶୀରେ ଆସନ୍ତାକାଲି ଶୁଣାଣି କରିବା ଲାଗି ସେ ଅଦାଲତଙ୍କୁ ନିବେଦନ କରିଥିଲେ। ସେ ଅଦାଲତଙ୍କୁ ଆହୁରି ମଧ୍ୟ କହିଲେ, ସେମାନଙ୍କ ତଦନ୍ତ ଚାଲୁଥାଉ। ଯାହା ଜଣାପଡୁଛି ପିଲାଟିକୁ (ଆର୍‌ୟନ୍‌) ଅତି ବେଶୀରେ ବର୍ଷକ ପାଇଁ ଦଣ୍ଡବିଧାନ କରାଯାଇ ପାରେ। ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ କି, ତାଙ୍କ ଠାରୁ କୌଣିସ ସାମଗ୍ରୀ ମିଳିନାହିଁ।

ଏହାର ପ୍ରତ୍ୟୁତ୍ତର ଦେଇ ସ୍ପେସାଲ୍‌ ପବ୍ଲିକ୍‌ ପ୍ରୋସିକ୍ୟୁଟର୍‌’ ସେଠ୍‌ନା କହିଲେ, ଦେଶାଇ ତାଙ୍କ ମୁଦଲା ପାଇଁ ମାମଲା ରୁଜୁ କରିଥିବାରୁ ଆମେ କେବଳ ତାଙ୍କରି ପାଇଁ ଜବାବ ଦାଖଲ କରିବୁ। ଅନ୍ୟ ସମସ୍ତଙ୍କ ପାଇଁ ଜବାବ ଦାଖଲ କରିବାକୁ ସମର୍ଥ ହେବୁନାହିଁ।