କ୍ରୁଜ ଡ୍ରଗ୍ସ ମାମଲା, ଆସନ୍ତାକାଲି ହେବ ଆରୟନଙ୍କ ଜାମିନ ଆବେଦନର ଶୁଣାଣି

93

କନକ ବ୍ୟୁରୋ : ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଯାଇଥିବା ଶାହାରୁଖ ଖାନଙ୍କ ପୁଅ ଆରୟନଙ୍କ ଜାମିନ ପୁଣିଥରେ ଫଶି ଯାଇଛି । ଆରୟନଙ୍କ ଜାମିନ ଆବେଦନ ଉପରେ ଚାଲିଥିବା ଶୁଣାଣିକୁ କୋର୍ଟ ଆସନ୍ତାକାଲିକୁ ସ୍ଥଗିତ ରଖିଛନ୍ତି ।

ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ବମ୍ବେ ହାଇକୋର୍ଟରେ ଆରୟନ ଖାନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଜାରି ରହିଛି । ଗତକାଲି ଏହି ମାମଲାରୁ ସମ୍ପୂର୍ଣ୍ଣ ଯୁକ୍ତି ଶେଷ ହୋଇ ନଥିବାରୁ ଏହାକୁ କୋର୍ଟ ଆଜିକୁ ରଖିଥିଲେ । ହେଲେ ଆଜି ବି କୋର୍ଟରେ ଉଭୟ ଓକିଲଙ୍କ ମଧ୍ୟରେ ତର୍କ ଶେଷ ନ ହେବାକୁ କୋର୍ଟ ଏହି ଶୁଣାଣିକୁ ଆସନ୍ତାକାଲିକୁ ସ୍ଥଗିତ ରଖିଛନ୍ତି ।

ବୁଧବାର ଦିନ  ଓକିଲ ଅମିତ ଦେଶାଇ ପ୍ରଥମେ ଆରୟନଙ୍କ ଜାମିନ ସପକ୍ଷରେ କୋର୍ଟରେ ଦସ୍ତାବିଜ ଦାଖଲ କରିଥିଲେ । ଅନ୍ୟପଟେ ଆରୟନଙ୍କ ଓକିଲ ମୁକୁଲ ରୋହତଗୀ ବି ଆରୟନଙ୍କ ଗିରଫକୁ ବେଆଇନ ବୋଲି ପ୍ରମାଣିତ କରିବାକୁ ଯୁକ୍ତି ବାଢିଥିଲେ । ମୁକୁଲ ରୋହତଗୀ କହିଥିଲେ କି ସମୁଦାୟ ମାମଲାଟି ଡ୍ରଗ୍ସ ସେବନକୁ ନେଇ ହୋଇଛି । ତେଣୁ କୋର୍ଟ ତାଙ୍କ ମହୋକିଲ ଆରୟନଙ୍କୁ ଜାମିନ ପ୍ରଦାନ କରନ୍ତୁ । ଏହି ମାମଲାରେ ଆର୍ଟିକିଲ ୨୨ ଓ ସିଆରପିସିର ସେକ୍ସନ ୫୦ ଅଧିକ ମହତ୍ୱପୂର୍ଣ୍ଣ ବୋଲି ରୋହତଗୀ କହିଥିଲେ । ସେ କହିଥିଲେ କି ଗିରଫ୍ କାରଣ ନଜଣାଇ ଜଣେ ଅଭିଯୁକ୍ତଙ୍କୁ ଗିରଫ୍ କରିବା ବେଆଇନ ଅଟେ ।