ଆରୟନ୍ ଖାନଙ୍କୁ ଲାଗିପାରେ ବଡ ଝଟକା । ୩ଦିନ ଭିତରେ ଜାମିନ୍ ମିଳିବା ଜରୁରୀ, ନହେଲେ…

201

କନକ ବ୍ୟୁରୋ : ସୁପରଷ୍ଟାର ସାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ଲାଗିପାରେ ବଡ ଝଟକା । ଦିପାବଳୀ ବ୍ରେକ୍ ପୂର୍ବରୁ ଜାମିନ୍ ନମିଲିଲେ ନଭେମ୍ବର ୧୫ ତାରିଖ ଯାଏଁ ଆରୟନଙ୍କୁ ଜେଲରେ ସଢିବାକୁ ପଡିପାରେ । ବମ୍ବେ ହାଇକୋର୍ଟରେ ଜାରି ରହିଛି ଆରୟନ୍ ଖାନଙ୍କ ଜାମିନ୍ ଆବେଦନର ଶୁଣାଣି । ବମ୍ବେ ହାଇକୋର୍ଟଙ୍କୁ ଆଜି ଠାରୁ ୩ଦିନ ଭିତରେ ଏହି ମାମଲାର ଶୁଣାଣି କରିବାକୁ ପଡିବ । ଯଦି ଆରୟନ୍ ଖାନଙ୍କୁ ଏହି ୩ଦିନ ମଧ୍ୟରେ ବେଲ୍ ନମିଳେ ତେବେ ଆରୟନଙ୍କୁ ନଭେମ୍ବର ୧୫ ଯାଏଁ ଜେଲରେ ରହିବାକୁ ପଡିବ ।
ଆଗକୁ ଦିପାବଳୀ ଆସୁଛି । ଆସନ୍ତା ନଭେମ୍ବର ୧ରୁ ଦିପାବଳୀ ଛୁଟି ଆରମ୍ଭ ହେବ । ୧ତାରିଖରୁ ୧୨ତାରିଖ ଦିପାବଳି ହଲିଡେ ପାଇଁ କୋର୍ଟ ବନ୍ଦ ରହିବ । ୧୩ ତାରିଖ ଏବଂ ୧୪ ତାରିଖ ଶନିବାର ଏବଂ ରବିବାର ପଡୁଥିବାରୁ କୋର୍ଟ କାର୍ଯ୍ୟ ବନ୍ଦ ରହିବ । ତେଣୁ ଏହି ୩ଦିନ ଭିତରେ ଷ୍ଟାର କିଡକୁ ଜାମିନ ନମିଳିଲେ । ନଭେମ୍ବର ୧୫ ଯାଏଁ ଜେଲରେ ରହିବାକୁ ପଡିବ ।