ଆରୟନଙ୍କ ହେବ ଡାକ୍ତରୀ ପରୀକ୍ଷା । ନିଆଗଲା ‘ଜେଜେ ହସ୍ପିଟାଲ’

214

ଜାମିନ ଆବେଦନ ଶୁଣାଣି ପ୍ରକ୍ରିୟାର ଅଂଶବିଶେଷ ଭାବେ ଆର୍‌ୟନ୍‌ ଖାନ୍‌ ଏବଂ ଅନ୍ୟମାନଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ‘ଜେଜେ ହସ୍ପିଟାଲ୍‌’କୁ ନିଆଯାଇଛି। ଜାମିନ ଆବେଦନ ଶୁଣାଣି ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା ନ କରି ଡାକ୍ତରୀ ପରୀକ୍ଷା ପରେ ସେମାନଙ୍କୁ ଅର୍ଥର୍‌ ରୋଡ୍‌ ଜେଲ୍‌କୁ  ନେବା ପାଇଁ ‘ଏନ୍‌ସିବି’ ନିଷ୍ପତ୍ତି ନେଇଛି । ଜାମିନ ଆବେଦନ ଶୁଣାଣି ଚାଲିଥିବା ବେଳେ ଅତିରିକ୍ତ ସଲିସଟର୍‌ ଜେନେରାଲ୍‌ ମାଜିଷ୍ଟ୍ରେଟ୍‌ କୋର୍ଟରେ ‘ମେଣ୍ଟେନାବିଲିଟି ଇସ୍ୟୁ’ ଉଠାଇଥିଲେ। ପ୍ରଥମେ ତାହା ସ୍ଥିର କରାଯିବା ପରେ ମାମଲାର ‘ମେରିଟ୍‌’ ଅଛି କି, ନାହିଁ ଦେଖାଯିବା ଉଚିତ ବୋଲି ସେ କହିଥିଲେ।

ଏହି ଜାମିନ ଆବେଦନକୁ  ବିରୋଧ କରିବ ବୋଲି ‘ଏନ୍‌ସିବି’ ପୂର୍ବରୁ କହିଥିଲା। ତେଣୁ, ଆଜି ଏସ୍‌ପ୍ଲେନେଡ୍‌ ମାଜିଷ୍ଟ୍ରେଟ୍‌ କୋର୍ଟରେ ଉପରୋକ୍ତ ଅଭିଯୁକ୍ତମାନଙ୍କ ଜାମିନ ଆବେଦନ ଶୁଣାଣି ହେବା ପରେ ‘ନାକ୍ରୋଟିକ୍‌ସ୍‌ କଣ୍ଟ୍ରୋଲ୍‌ ବ୍ୟୁରୋ’ (ଏନ୍‌ବିସି) ଆର୍‌ୟନ୍‌ ଖାନ୍‌ଙ୍କ ଜାମିନ ଆବେଦନର କ’ଣ ‘ମେରିଟ୍‌’ ଅଛି ବୋଲି ପଚାରିଥିଲା।

ଆଜି ପୂର୍ବାହ୍ନ ୧୧ଟା ବେଳେ ମୁମ୍ବାଇସ୍ଥିତ ଏସ୍‌ପ୍ଲେନେଡ୍‌ ମାଜିଷ୍ଟ୍ରେଟ୍‌ କୋର୍ଟରେ ଆର୍‌ୟନ୍‌ ଖାନ୍‌ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କ ଜାମିନ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ କୌଣସି କାରଣରୁ ତାହା ବିଳମ୍ବ ହୋଇ ଅପରାହ୍ଣ ୧୨.୩୦ରେ ଆରମ୍ଭ ହୋଇଥିଲା।

ଗୋଆ ଅଭିମୁଖେ ଯାତ୍ରାରତ ‘କ୍ରୁଜ୍‌ ପାର୍ଟି’କୁ ବର୍ଣ୍ଣାଢ୍ୟ କରିବା ଲାଗି ଆର୍‌ୟନ୍‌ ଖାନ୍‌ଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଡ୍ରଗ୍‌ ସହ ତାଙ୍କର କୌଣସି ସମ୍ପର୍କ ନ ଥିବା କଥା ଗୁରୁବାର ଦିନ ତାଙ୍କ ଓକିଲ ଅଦାଲତଙ୍କୁ କହିଥିଲେ।