ଡ୍ରଗ୍ସ ମାମଲାରେ ଶାହାରୁଖଙ୍କ ପୁଅ ଜେଲ ଯିବେ ନା ମିଳିବ ବେଲ : ଆଜି ଜାମିନ ଆବେଦନର ହେବ ଶୁଣାଣି

Advertisment
ଡ୍ରଗ୍ସ ମାମଲାରେ ଶାହାରୁଖଙ୍କ ପୁଅ ଜେଲ ଯିବେ ନା ମିଳିବ ବେଲ : ଆଜି ଜାମିନ ଆବେଦନର ହେବ ଶୁଣାଣି

କନକ ବ୍ୟୁରୋ : ଡ୍ରଗ୍ସ ମାମଲାରେ ଗିରଫ ଆରୟନ ଖାନ ଜେଲକୁ ଯିବେ ନା ମନ୍ନତକୁ ଫେରିବେ । ଆଜି ଆରୟନଙ୍କ ଜାମିନ ଆବେଦନର ଶୁଣାଣି ହେବା ପରେ ଏହାର ଉତର ସ୍ପଷ୍ଟ ହେବ । ଦିନ ୧୧ଟାରେ ମୁମ୍ବାଇର ଏନଡିପିଏସ କୋର୍ଟରେ ହେବ । ଗତକାଲି ରିମାଣ୍ଡ ଅବଧି ସରିବା ପରେ ମୁମ୍ବାଇ କୋର୍ଟରେ ଗିରଫ ଅଭିଯୁକ୍ତଙ୍କୁ ହାଜର କରିଥିଲା ଏନସିବି । ଆରୟନ ଖାନ ଓ ଅର୍ବାଜ ମର୍ଚେଂଟଙ୍କ ସମେତ ୮ଜଣଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ । ତେବେ ଶୁଣାଣିରେ ଡେରି ହେବାରୁ ଆରୟନଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଏନସିବି କାର୍ଯ୍ୟାଳୟରେ ରାତିରେ ରଖାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe