ଆସୁଛି ‘ଆର୍ଯ୍ୟା ୨’ । ପୂର୍ବ ଠାରୁ ଆହୁରି ଭୟଙ୍କର ହେବ ଏହି ସିରିଜ୍ ।

264

କନକ ବ୍ୟୁରୋ: ବିଶ୍ୱ ସୁନ୍ଦରୀ ସୁସ୍ମିତା ସେନ୍ ନିକଟରେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସେ ସବୁଠୁ ଭିନ୍ନ ଦେଖାଯାଉଛନ୍ତି । ତାଙ୍କର ଏହି ରୂପ ସୁପରହିଟ ସିରିଜ ‘ଆର୍ଯ୍ୟା’ର ସିଜିନ ୨ରୁ ଆସୁଛି । ପୂର୍ବ ସିରିଜ ଠାରୁ ଏହା ଆହୁରି ଭୟଙ୍କର ହେବ ବୋଲି ସୁସ୍ମିତା କହିଛନ୍ତି । ଏହି ସିରିଜର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ରାମ ମାଧବାନୀ । ‘ଆର୍ଯ୍ୟା’ର ପ୍ରଥମ ସଂସ୍କରଣ ଦର୍ଶକଙ୍କ ଦ୍ୱାରା ବେଶ ଆଦୃତ ହୋଇଥିଲା । ଏବେ ଏହି କାହାଣୀ ସିରିଜ୍ ୨ରେ ଆଗକୁ ବଢିବ । ପ୍ରଥମ ସଂସ୍କରଣରୁ ଦର୍ଶକଙ୍କ ଯେଉଁ ଭଲ ପାଇବା ମିଳିଥିଲା ତାହାହିଁ ସିରିଜ୍ ୨ ପାଇଁ ପ୍ରେରଣା ଯୋଗାଇଥିଲା ।

‘ଆର୍ଯ୍ୟା ୨’ରେ ଆହୁରି ଭୟଙ୍କର ରୂପରେ ଦେଖାଦେବେ ସୁସ୍ମିତା ସେନ୍ । ଏହି ଲିଡ ରୋଲ ପାଇଁ ସୁସ୍ମିତାଙ୍କୁ ବେଶ୍ କସରତ କରିବାକୁ ପଡିଛି । ବିଶ୍ୱ ସୁନ୍ଦରୀ ଟାଇଟଲ ଜିତିବା ପରେ ସୁସ୍ମିତା ବଲିଉଡରେ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ । ପ୍ରଥମେ ୧୯୯୬ରେ ତାଙ୍କର ପ୍ରଥମ ଫିଲ୍ମ ‘ଦସ୍ତକ’ ବେଶ ଲାଭ କରିଥିଲା । ଏହାପରେ ସଲମାନ ଖାନଙ୍କ ସହ ତାଙ୍କର ମୁଭି ‘ବିବି ନମ୍ବର ୱାନ୍’ ରେ ତାଙ୍କୁ  ସଫଳତା ମିଳିଥିଲା । ଏହାପରେ ଯେତେ ଫିଲ୍ମ କରିଛନ୍ତି ସବୁଥିରେ ତାଙ୍କୁ ସଫଳତା ହିଁ ମିଳିଛି ।