ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଗୃହ ନିର୍ମାଣ ପାଇଁ ସହାୟତାର ହାତ ବଢାଇଲା ରୁଚି ପରିବାର, ଅସହାୟ ମେଧାବୀ ଛାତ୍ରଙ୍କୁ ସହାୟତା ଦେବାକୁ ପ୍ରତିଶ୍ରୁତି

Advertisment
ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଗୃହ ନିର୍ମାଣ ପାଇଁ ସହାୟତାର ହାତ ବଢାଇଲା ରୁଚି ପରିବାର, ଅସହାୟ ମେଧାବୀ ଛାତ୍ରଙ୍କୁ ସହାୟତା ଦେବାକୁ ପ୍ରତିଶ୍ରୁତି

କନକ ବ୍ୟୁରୋ : କଟକ ଜିଲ୍ଲା ନିମାପଡା ସ୍ଥିତ ଶେଉଳସାହି ଠାରେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ନୂତନ ଶ୍ରେଣୀ ଗୃହ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରୁଚି ମସଲାର ପରିଚାଳନା ନିର୍ଦ୍ଦେଶକ ଡ.ଶରତ କୁମାର ସାହୁ ଏବଂ ନିର୍ଦ୍ଦେଶିକା ଶ୍ରୀମତୀ ସଂଗୀତା ସାହୁ ଯୋଗଦେଇ ନୂତନ ଗୃହକୁ ଉଦଘାଟନ କରିଥିଲେ । ଗତ ଫନି ବାତ୍ୟାରେ ଭାଙ୍ଗି ଯାଇଥିବା ଏହି ବିଦ୍ୟାଳୟର ନିର୍ମାଣ ପାଇଁ ଓମ୍ ଅଏଲ ଆଣ୍ଡ ଫ୍ଲୋର ମିଲ ଲିମିଟେଡ (ରୁଚି ସି.ଏସ୍.ଆର ପାଣ୍ଠି) ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

ମୁଖ୍ୟ ଅତିଥି ଡ.ସାହୁ ଗାଁ ଗହଳିରେ ଥିବା କନ୍ୟା ସନ୍ତାନ ମାନଙ୍କ ପାଠପଢା ଦିଗରେ ଆଗ୍ରହୀ ଥିବା ସହ ଅସହାୟ ଓ ମେଧାବୀ ଛାତ୍ର-ଛାତ୍ରୀ ମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ । ସମ୍ମାନୀୟା ଅତିଥି ଶ୍ରୀମତୀ ସାହୁ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିବା ସହ ବିଦ୍ୟାଳୟର ବିବିଧ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାକେନ୍ଦ୍ର ପରିଚାଳନା କମିଟିର ସଭାପତି ପ୍ରଫୁଲ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସଭାପତି ଅନିଲ ବିଶ୍ୱାଳ, ସାଧାରଣ ସଂପାଦକ ବେଣୁଧର ସେନାପତି, ସହ ସଂପାଦକ ପ୍ରଶାନ୍ତ କୁମାର ସାହୁ,ଅଧ୍ୟକ୍ଷା ମିନତୀ ସେନାପତି, ସ୍ଥାନୀୟ ସରପଞ୍ଚ ପବିତ୍ର ମୋହନ ମହାପାତ୍ର ପ୍ରମୁଖ ଯୋଗଦେଇ ରୁଚି ପରିବାରକୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହାସହ ବିଦ୍ୟାଳୟର ହଷ୍ଟେଲ ଓ ଖେଳ ପଡିଆ ନିର୍ମାଣରେ ସହାୟତା କରିବାକୁ ରୁଚି ପରିବାରକୁ ଅନୁରୋଧ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe