କନକ ବ୍ୟୁରୋ: ପାଟକୁରା ଜିତିଲା ବିଜେଡି । ପାଟକୁରା ଆସନରୁ ବିଜେଡି ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ବିଜୟୀ ହେଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତେଜେଶ୍ୱର ପରିଡାଙ୍କୁ ହରାଇଛନ୍ତି ଅରବିନ୍ଦ ମହାପାତ୍ର । ତେବେ ଅରବିନ୍ଦ ୧୩ ହଜାର ୭୦୫ ଭୋଟରେ ବିଜୟୀ ହେଇଥିବା ନେଇ ସୂଚନା ମିଳୁଛି । ସୂଚନାଯୋଗ୍ୟ ଯେ, ପାଟକୁରା ଆସନରୁ ଏଥର ବିଜେଡି ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ପ୍ରାର୍ଥୀ କରିଥିଲା । ଆଉ ଅନ୍ୟପଟେ ବିଜେପି ତେଜେଶ୍ୱର ପରିଡାଙ୍କ ଉପରେ ଭରସା କରିଥିଲା । ହେଲେ ସାଧାରଣ ନିର୍ବାଚନରେ ଅରବିନ୍ଦ ମହାପାତ୍ର ଲୋକଙ୍କ ଭରସା ଜିତିବା ସହ ବାଜିମାତ୍ କରିଛନ୍ତି ।
ପାଟକୁରା ପଲିଟିକ୍ସରେ ଅରବିନ୍ଦ ବିଜୟୀ । ତେଜେଶ୍ୱରଙ୍କୁ ହରେଇ ବିଜୟ ବାନା ଉଡାଇଲେ ଅରବିନ୍ଦ ମହାପାତ୍ର ।
/kanak/media/post_attachments/wp-content/uploads/2024/06/10-3.jpg)