ଦିଲ୍ଲୀ ଏମସିଡି ନିର୍ବାଚନ ପାଇଁ ଆପ୍ ର ଇସ୍ତାହାର ଜାରି । ୧୦ ପ୍ରତିଶ୍ରୁତି ଦେଇ ବିଜେପିକୁ ଘେରିବାକୁ ପ୍ରସ୍ତୁତ ଦଳ

82

କନକ ବ୍ୟୁରୋ : ଦିଲ୍ଲୀ ମହାନଗର ନିଗମ ନିଗମ ନିର୍ବାଚନ ପାଇଁ ଶୁକ୍ରବାର ନିର୍ବାଚନୀ ଇସ୍ତାହାର ପ୍ରକାଶ ପରିଛି ଆପ୍ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୧୦ ଟି ପ୍ରତିଶ୍ରୁତି ଦେଇଛନ୍ତି । ଯିଏ ଦିଲ୍ଲୀର ବିକାଶ କରୁଛି ତାକୁ ଭୋଟ ଦେବାକୁ ନିବେଦନ କରିବା ସହ ଯିଏ ବିକାଶରେ ବାଧା ସୃଷ୍ଟି କରୁଛି ତାକୁ ଭୋଟ ନଦେବାକୁ କହିଛନ୍ତି । ମହାନଗର ନିଗମରେ ସରକାରରେ ଥିବା ବିଜେପି ଏଥର ୨୦ ଟି ଆସନରେ ଜିତିପାରିବନି ବୋଲି କେଜ୍ରିୱାଲ କହିଛନ୍ତି । ଦିଲ୍ଲୀକୁ ଅଧିକ ସୁନ୍ଦର କରିବା ପାଇଁ ଅଳିଆ, ଆବର୍ଜନା ମୁକ୍ତ କରିବା ସହ ଆବର୍ଜନାକୁ ନଷ୍ଟ କରିବାର ବ୍ୟବସ୍ଥା କରିବା । ମହାନଗର ନିଗମରେ ଥିବା ସବୁ ସ୍କୁଲ, ହସ୍ୱିଟାଲର ବିକାଶ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି କେଜ୍ରିୱାଲ ।

ମହାନଗର ନିଗମରୁ ସମ୍ପୁର୍ଣ୍ଣ ଦୂର୍ନୀତି ମୁକ୍ତ କରିବା ସହ ଅଫିସର ରାଜ ଶେଷ କରିବା । ପାର୍କିଂ ଅସୁବିଧାର ସମାଧାନ କରିବା ସହ ଦିଲ୍ଲୀ ସହରକୁ ବୁଲା କୁକୁର, ଗାଈ, ମାଙ୍କଡ ମୁକ୍ତ କରିବା । ଦୋକନୀଙ୍କ ପାଇଁ ସଠିକ୍ ଭେଣ୍ଡିଂ ଜୋନ କରିବାକୁ କହିଛନ୍ତି କେଜ୍ରିୱାଲ । ଆଉ ଆପ୍ର ଏହି ପ୍ରତିଶ୍ରୁତିକୁ ମିଛ କହି କଡା ସମାଲୋଚନା କରିଛନ୍ତି ବିଜେପି ମୁଖପାତ୍ର । ଡିସେମ୍ବର ୪ ତାରିଖରେ ଏହି ନିର୍ବାଚନ ହେବାକୁ ଥିବା ବେଳେ ଡିସେମ୍ବର ୭ ତାରିଖରେ ଫଳାଫଳ ପ୍ରକାଶ ପାଇବ । ଦୀର୍ଘ ୧୫ ବର୍ଷ ଧରି ବିଜେପି ଏହି ନିର୍ବାଚନ ଜିତିଆସୁଥିବା ବେଳେ ୨୦୧୭ ନିର୍ବାଚନରେ ମୋଟ ୨୫୦ ଆସନରୁ ୧୮୧ଟି ଆସନରେ ବିଜୟୀ ହୋଇଥିବା ବିଜେପି । ପ୍ରଥମ ଥର ପାଇଁ ୨୦୧୭ରେ ନିର୍ବାଚନ ଲଢିଥିବା ଆପ୍ ମାତ୍ର ୩୧ଟି ବିଜୟୀ ହୋଇଥିଲା । ଏଥର ବିଜେପି ଏବଂ ଆପ୍ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ଆଶାକରାଯାଉଛି ।

କେଜ୍ରିୱାଲଙ୍କ ୧୦ ପ୍ରତିଶ୍ରୁତି
-ଦିଲ୍ଲୀକୁ ଅଧିକ ସୁନ୍ଦର କରିବା ପାଇଁ ଅଳିଆ, ଆବର୍ଜନା ମୁକ୍ତ କରିବା
-ଅଳିଆ ପକାଇବା ପାଇଁ ଡମ୍ପିଂୟାର୍ଡ ତିଆରି ପରିବର୍ତେ ଆବର୍ଜନାକୁ ନଷ୍ଟ କରିବା
-ଦିଲ୍ଲୀର ରାସ୍ତା, ଗଳିକୁ ପରିସ୍କାର କରିବା
-ଦିଲ୍ଲୀ ସହରକୁ ବୁଲା କୁକୁର, ଗାଈ, ମାଙ୍କଡ ମୁକ୍ତ କରିବା
-ଦିଲ୍ଲୀ ମହାନଗର ନିଗମରେ ଥିବା ସବୁ ସ୍କୁଲ, ହସ୍ୱିଟାଲର ବିକାଶ
– ମହାନଗର ନିଗମରୁ ସମ୍ପୁର୍ଣ୍ଣ ଦୂର୍ନୀତି ମୁକ୍ତ କରିବା
– ଏମସିଡିରେ ଅଫିସର ରାଜ ଶେଷ କରିବା
-ପାର୍କିଂ ଅସୁବିଧାର ସମାଧାନ କରିବା
-ଦିଲ୍ଲୀରେ ଅଧିକ ପାର୍କ ନିର୍ମାଣ କରିବା
-ଦୋକନୀଙ୍କ ପାଇଁ ସଠିକ୍ ଭେଣ୍ଡିଂ ଜୋନ କରିବା