ଇଡି ସମନକୁ ନେଇ ଦିଲ୍ଲୀ ଦରବାର ହୁଲୁସ୍ତୁଲ । ଅବକାରୀ ଦୁର୍ନୀତି ମାମଲାରେ ଆଜି ଇଡି ନିକଟରେ ହାଜର ହେବେ ଅରବିନ୍ଦ କେଜ୍ରିୱାଲ
କନକ ବ୍ୟୁରୋ : ଆଜି ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡି ପାଖରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତାଙ୍କୁ ଇଡି ହାଜର ହେବାକୁ ସମନ ପଠାଇଥିଲା । ଆଜି ତାଙ୍କୁ ହଜାର ହେବାକୁ କୁହାଯାଇଛି । ଏହି ମାମଲାରେ ଏପ୍ରିଲରେ ସିବିଆଇ ଅରବିନ୍ଦ କେଜରିୱାଲଙ୍କୁ ପଚରାଉଚରା କରିଥିଲା । ଜେରା ପୂର୍ବରୁ କେଜ୍ରିୱାଲଙ୍କୁ ଗିରଫ କରାଯିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଦିଲ୍ଲୀ କ୍ୟାବିନେଟର କିଛି ମନ୍ତ୍ରୀ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ, ସାଂସଦ ସଂଜୟ ସି ଇଡି ଜାଲରେ ଫଶିସାରିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
୨୦୨୦ ନଭେମ୍ବର ୧୭ରେ ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ କରାଯାଇଥିଲା । ତେବେ ମଦ ମାଫିଆଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ପାଇଁ ଆଇନର ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ଗତବର୍ଷ ଅଗଷ୍ଟରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆଙ୍କ ସମେତ କିଛି ଆପ ନେତାଙ୍କ ଘରେ ଚଢାଉ ହୋଇଥିଲା । ଚଳିତବର୍ଷ ଫେବୃଆରୀରେ ଗିରଫ ହୋଇଥିଲେ ମନୀଷ ଶିଶୋଦିଆ । ସେହିପରି ଆପ୍ ସଂସଦ ସଂଜୟ ସିଂ ମଧ୍ୟ ଏହି ମାମଲାରେ ଗିରଫ ହୋଇସାରିଛନ୍ତି । ୩୩୮କୋଟି ଟଙ୍କାର ଅବକାରୀ ଦୁର୍ନୀତି ହୋଇଥିବା କହିଛି ଇଡି ।