କନକ ବ୍ୟୁରୋ: ପଂଜାବରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସରଗରମ । ଆମ ଆଦମୀ ପାର୍ଟି  ମଧ୍ୟ ନିଜ ପ୍ରଚାରକୁ ଜୋରଦାର କରିଛି । ଏଥର ଏହି ପ୍ରଚାରକୁ ଅଲଗା ଢଙ୍ଗରେ କରିବେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । କାରଣ ଏଥର ପଂଜାବରେ ନିର୍ବାଚନ ପ୍ରଚାର କରିବାକୁ ଆସିବେ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ । ୧୧ ତାରିଖରେ ଧୁରୀ ଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ ସୁନିତା ।

Advertisment

ପଂଜାବ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ପାଇଁ ପ୍ରଚାର କରିବେ ଅରବିନ୍ଦ କେଜରୀୱାଲଙ୍କ ପତ୍ନୀ ଓ ଝିଅ । ସୂଚନା ମୁତାବକ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥିବା କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଓ ଝିଅ ହର୍ଷିତା ପଂଜାବ ଯିବେ । ସେଠାରେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିବା ଭଗୱନ୍ତ ମାନଙ୍କ ଦ୍ୱାରା ଆୟୋଜିତ ଏକ ସଭାକୁ ସମ୍ବୋଧନ କରିବେ । କହିରଖୁଁ , ଭଗୱନ୍ତ ସଙ୍ଗରୁର୍ ଜିଲ୍ଲା ଧୁରୀ ବିଧାନସଭା ଆସନରୁ ନିର୍ବାଚନ ଲଢୁଛନ୍ତି । ଏଠାରେ ପାଖାପାଖି ୧,୬୪ , ୩୨୨ ଭୋଟର୍ସ ଭଗୱନ୍ତଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।