କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ ଜେଜ୍ରିୱାଲ ଏବଂ ଉପରାଜ୍ୟପାଳ ବିନୟ ସକସେନାଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ପ୍ରସଙ୍ଗ ଭିନ୍ନ ରହିଥିବା ବେଳେ, ଜଣଙ୍କ ଉପରେ ଅନ୍ୟ ଜଣେ ଆରୋପ ପ୍ରତ୍ୟାରୋପର ପ୍ରକ୍ରିୟା ଜାରି ରହିଛି । ବର୍ତ୍ତମାନ ଅରବିନ୍ଦ, ଉପରାଜ୍ୟପାଳଙ୍କୁ ନେଇ କହିଛନ୍ତି ସେ ତାଙ୍କୁ ଗାଳି କରୁଛନ୍ତି । ତାଙ୍କୁ ବର୍ତ୍ତମାନ ଟିକେ ଶାନ୍ତ ରହିବାର ଆବଶ୍ୟକତା ରହିଛି ।

Advertisment

ଅରବିନ୍ଦ ନିଜର ଟ୍ୱିଟରେ ଲେଖିଛନ୍ତି, ଏଲଜି ସାହେବ ମୋତେ ପ୍ରତ୍ୟେକ ଦିନ ଗାଳି କରୁଛନ୍ତି । ସେ ଯେତିକି ଗାଳି କରୁଛନ୍ତି ମୋ ସ୍ତ୍ରୀ ମଧ୍ୟ ମୋତେ ସେହି ପରିମାଣର ଗାଳି କରୁନଥିବେ । ଗତ ୬ ମାସ ମଧ୍ୟରେ ଉପରାଜ୍ୟପାଳ ଯେତିକି ଚିଠି ଲେଖିଛନ୍ତି, ସାରା ଜୀବନରେ ମୋର ପତ୍ନୀ ମୋତେ ସେତିକି ପତ୍ର ଲେଖିନଥିବେ । ବର୍ତ୍ତମାନ ଏଲଜି ସାହେବକୁ ଟିକେ ଶାନ୍ତିରେ ରହିବା ଦରକାର । ନିଜର ସୁପର ବସଙ୍କୁ ମଧ୍ୟ ଟିକେ କୁହନ୍ତୁ ଶାନ୍ତିରେ ବସିବେ । ଅରବିନ୍ଦ ନାଁ ନନେଇ ଉପରାଜ୍ୟପାଳଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ସେ ଲଗାତର ଅଭିଯୋଗ କରିଆସୁଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଇସାରାରେ ଉପରାଜ୍ୟପାଳ ବିନୟ ସକସେନା ଆପ ସରକାର ବିରୋଧରେ କାମ କରୁଛନ୍ତି ।

ଏହାର ଜବାବରେ ବିଜେପି ପ୍ରତିକ୍ରିୟା ରଖିଛି । ମୋନଜ ତିୱାରୀ କହିଛନ୍ତି ଏହା ପିଲାଳିଆମୀ । ଏଭଳି କରି ଆପଣ ଦର୍ଶାଉଛନ୍ତି ଆପଣଙ୍କର ମାନସିକସ୍ତର କଣ । ୭ ବର୍ଷରେ ଗୋଟିଏ ହେଲେ ବିଭାଗ ଠିକରେ ଚାଲିଛି ନା କୌଣସି ଫାଇଲରେ ଦସ୍ତଖତ କରିଛନ୍ତି । ନିଜର ରୁଚି ଅନୁସାରେ କାମ କରିଚାଲିଛନ୍ତି ।