କନକ ବ୍ୟୁରୋ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଜର ହେବା ପାଇଁ ନୋଟିସ୍ କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ହେଲେ ଗୁରୁବାର ଇଡିରେ ହାଜର ହୋଇନାହାନ୍ତି ମୁଖ୍ୟମନ୍ତ୍ରୀ । ଇଡି ପଠାଇଥିବା ନୋଟିସର ପାଲଟା ଜବାବ ଦେଇଛନ୍ତି କେଜ୍ରିୱାଲ । ନୋଟିସକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ବେଆଇନ୍ ବୋଲି ସେ କହିଛନ୍ତି । କେଜ୍ରିୱାଲଙ୍କୁ ସମନ କରିବା ପୂର୍ବରୁ ତଦନ୍ତକାରୀ ସଂସ୍ଥା ସବୁ ପ୍ରମାଣ ସଂଗ୍ରହ କରିଥିଲା । କିନ୍ତୁ ଏବେ ସେ ଇଡିର ନୋଟିସକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି,
– ନୋଟିସ୍ ସମ୍ପୂର୍ଣ୍ଣ ଭାବେ ବେଇଆନ୍
– ନୋଟିସ୍ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ
– ବିଜେପି କହିବା ଆଧାରରେ ପଠାଯାଇଛି ନୋଟିସ୍
– ୪ ରାଜ୍ୟରେ ପ୍ରଚାର ରୋକିବା ପାଇଁ ନୋଟିସ୍
– ତୁରନ୍ତ ପ୍ରତ୍ୟାହାର କରାଯାଉ ନୋଟିସ୍

Kanak News is now on WhatsApp
Join and get latest news updates delivered to you via WhatsApp
ମୁଖ୍ୟମନ୍ତ୍ରୀଙ୍କୁ ଇଡିର ନୋଟିସ୍ ପଠାଯିବା ନେଇ ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । କହିଛି, ବିଜେପି ଇସାରାରେ କାମ କରୁଛି ଇଡି । ଏମିତି କରି ବିଜେପି, ଆପ୍ ଦଳକୁ ଶେଷ କରିଦେବାକୁ ପ୍ରୟାସ କରୁଥିବା କହିଛି ।
ସେପଟେ ଇଡିରେ ହାଜର ନହେବା ନେଇ କେଜ୍ରିୱାଲଙ୍କ ଉପରେ ଖୁବ୍ ବର୍ଷିଛି ବିଜେପି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ଯଦି ଅରବିନ୍ଦ କେଜ୍ରିୱାଲ କିଛି ଭୁଲ୍ କରିନାହାନ୍ତି, ତାହେଲେ କାହିଁକି ଡରୁଛନ୍ତି? ନିଜକୁ ସଚ୍ଚୋଟ ବୋଲି କହୁଥିବା କେଜ୍ରିୱାଲ କାହିଁକି ଇଡିର ନୋଟିସକୁ ଡରୁଛନ୍ତି? ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ଉପରେ କାହାର ଭରସା ନାହିଁ । ଅରବିନ୍ଦ କେଜ୍ରିୱାଲ ଆଦୌ ସଚ୍ଚୋଟ ନୁହଁନ୍ତି, ସେ ଜଣେ କଟ୍ଟର ବେଇମାନ୍ ବୋଲି ସମ୍ବିତ ଅଭିଯୋଗ କରିଛନ୍ତି ।
ଇଡିର ସମନକୁ କେଜ୍ରିୱାଲଙ୍କ ଜବାବ ପରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ପରବର୍ତୀ ପଦକ୍ଷେପ କ’ଣ ହେବ?
– ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପୁଣିଥରେ ସମନ୍ କରିପାରେ ଇଡି
– ହାଜର ନହେଲେ ପୂରା ଶକ୍ତି ଲଗାଇପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
– ସମନ୍ ସତ୍ତେ୍ୱ ହାଜର ନହେବାରୁ ହେବ କି ଗିରଫଦାରୀ?
– ସମନ୍କୁ ଚ୍ୟାଲେଞ୍ଜ ଦେବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି କେଜ୍ରିୱାଲ
– ଆଗୁଆ ଜାମିନ ପାଇଁ ଆବେଦନ କରିପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ସେପଟେ ଇଡିରେ ହାଜର ନହୋଇ ମଧ୍ୟପ୍ରଦେଶରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ସେଠାରେ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।