କନକ ବ୍ୟୁରୋ: ମୁମ୍ବାଇରେ ବିରୋଧୀ ମେଣ୍ଟର ତୃତୀୟ ବଡ ବୈଠକ ବସିବାକୁ ଯାଉଛି । ବୈଠକରେ ୨୬ଟି ଦଳ ଦ୍ୱାରା ମେଣ୍ଟର ସଂଯୋଜକଙ୍କୁ ବଛାଯିବା ଉପରେ ଆଲୋଚନା ହେବ । କିନ୍ତୁ ଏହା ପୂର୍ବରୁ ଅରବିନ୍ଦ କେଜ୍ରିୱାଲଙ୍କୁ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବୀ କରିଛି ଆମ ଆଦମୀ ପାର୍ଟି ।

Advertisment

ଏ ବିଷୟରେ ପଚରାଯିବାରୁ ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ପ୍ରିୟଙ୍କା କକ୍କର କହିଛନ୍ତି ଯେ, ‘ ଦିଲ୍ଲୀରେ ଲୋକଙ୍କୁ ମାଗଣା ପାଣି, ବିଜୁଳି, ଶିକ୍ଷା ଓ ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା ବ୍ୟବସ୍ଥା କରାଯାଇଛି । ଏହାସହ ବୟସ୍କଙ୍କୁ ମାଗଣା ତୀର୍ଥଯାତ୍ରା ସବୁିଧା ମଧ୍ୟ କରାଇଛନ୍ତି କେଜ୍ରିୱାଲ । କେଜ୍ରିୱାଲ ସବୁବେଳେ ଲୋକଙ୍କ ପାଇଁ ସ୍ୱର ଉଠାଇଛନ୍ତି । ଏହି ଦୃଷ୍ଟିରୁ ତାଙ୍କୁ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯିବା କଥା’ ।

କେଜ୍ରିୱାଲ ଯଦି ପ୍ରଧାନମନ୍ତ୍ରୀ ହୁଅନ୍ତି ତାହେଲେ ତାଙ୍କର ଭିଜନ୍ ଇଣ୍ଡିଆ ମ୍ୟାନ୍ୟୁଫ୍ୟାକଚରିଙ୍ଗ ଉପରେ ରହିବ । ଦେଶରେ ଲାଇସେନ୍ସ ରାଜର ଅନ୍ତ ଘଟିବ । ଉଚ୍ଚତମ ସ୍ତରର ଶିକ୍ଷା ଯୋଗାଇଦିଆଯିବ , ଯେଉଁଠାରେ ପିଲାମାନେ ଆବିଷ୍କାର କରିବା କଥା ଭାବିପାରିବେ । ଶିକ୍ଷା ଏଭଳି ସ୍ତରରେ ହେବ ଯେ, ଏଠାକୁ ପଢିବାକୁ ବିଦେଶରୁ ପିଲାମାନ ଆସିବେ’ ବୋଲି କହିଛନ୍ତି ପ୍ରିୟଙ୍କା କକ୍କର ।