ଓଡିଶାରୁ ଦିଲ୍ଲୀ ପାଇଲା ଅକ୍ସିଜେନ କୋଟା । ଦିଲ୍ଲୀ ପଠାଇବାକୁ ଅନୁମତି ଦେଲେ ନବୀନ । ଟ୍ୱିଟ୍ କରି ନବୀନଙ୍କୁ ଧନ୍ୟବାଦ ଜଣାଇଲେ ଅରବିନ୍ଦ କେଜ୍ରିୱାଲ । 

Advertisment
୭ଟି ଜିଲ୍ଲାରେ ମେଡିକାଲ ଅକ୍ସିଜେନ ସଂରକ୍ଷଣ, ବଣ୍ଟନ ବ୍ୟବସ୍ଥା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ପାଇଁ ଆରମ୍ଭ ହେଲା କାମ ।

କନକ ବ୍ୟୁରୋ: ସଂକ୍ରମଣ ବଢୁଥିବା ବେଳେ ଅକ୍ସିଜେନ ଅଭାବ ଆକ୍ରାନ୍ତଙ୍କ ଜୀବନ ନେଉଛି । ଦିଲ୍ଲୀରେ ଅକ୍ସିଜେନ ଅଭାବ ଜଟିଳ ପରିସ୍ଥିତି ସୃଷ୍ଟି କରିଛି । ଏପରି ସମୟରେ ଦିଲ୍ଲୀକୁ ସହାୟତାର ହାତ ବଢାଇଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଟୁଇଟ କରି ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେପଟେ ଦେଶର କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଫୋନ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଓଡିଶାରୁ ଅକ୍ସିଜେନ ଦେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ ଯୋଗେ ଆଶ୍ୱାସନା ଦେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଟୁଇଟ କରିଛନ୍ତି । ଯେଉଁଥିରେ ଲେଖାଅଛି, ନବୀନ ପଟ୍ଟନାୟକଙ୍କ ଠାରୁ ଏକ ଫୋନକଲ ପାଇଲି । ଓଡିଶାରୁ ଅକ୍ସିଜେନର ଦିଲ୍ଲୀ କୋଟା ଦେବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି । ଏହି କାମ ପାଇଁ ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି । ଧନ୍ୟବାଦ ସାର । ଦିଲ୍ଲୀ ଏଥିପାଇଁ କୃତଜ୍ଞତା ପ୍ରକାଶ କରୁଛି ।

ସେପଟେ ଦେଶର କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଫୋନ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଏବେ ଯୁଦ୍ଧ ଭଳି ପରିସ୍ଥିତି । ଜାତୀୟ ସ୍ତରରେ ଓଡିଶା ସମସ୍ତ ପ୍ରକାଶ ସହ ଯୋଗ ଯୋଗାଇବ । ଏହା ମଧ୍ୟରେ ରହିଛି ଅକ୍ସିଜେନ ଉତ୍ପାଦନ ବୃଦ୍ଧି ଏବଂ ରାଜ୍ୟ ମାନଙ୍କୁ ଜରୁରୀକାଳୀନ ସହାୟତା ପ୍ରଦାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe