କୃଷି ଆଇନକୁ ନେଇ ଦିଲ୍ଲୀ ବିଧାନସଭାରେ ଦେଖବାକୁ ମଳିିଲା ବିଚିତ୍ର ଚିତ୍ର । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଚରିଲେ ବିଲ୍

298

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲ ଗୁରୁବାର ଦିନ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ବିବାଦିୟ କୃଷି ବିଲର ପ୍ରତୀକ ଚିରିଛନ୍ତି । ଏହା ସହ ଚେତାବନୀ ଦେଇ କହିଛନ୍ତି କି କେନ୍ଦ୍ରସରକାର ବ୍ରିଟିସ ମାନଙ୍କ ଠାରୁ ଆହୁରି ନିର୍ଦ୍ଦୟ ହୁଅ ନାହିଁ । କୃଷକ ଆନ୍ଦୋଳନ ଉପରେ ଚର୍ଚ୍ଚା କରିବାକୁ ଡକାଯାଇଥିବା ଦିଲ୍ଲୀ ବିଧାସଭାର ସ୍ୱତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାରଙ୍କୁ କଡା ଟିପ୍ପଣୀ ଦେଇ ସେ କହିଛନ୍ତି କି କରୋନା ମହାମାରୀ ସମୟରେ ଏଭଳି ଆଇନ ପାରିତ କରିବାର କ’ଣ ଆବଶ୍ୟକତା ଥିଲା ।
ଏହା ପୂର୍ବରୁ ଆମ୍ ଆଦମୀର ବିଧାୟକ ମାନେ ବି କୃଷି ଆଇନର ପ୍ରତୀକାତ୍ମକ କାଗଜ ଚରିଥିବାର ଦେଖିବାକୁ ମିଳିଥିଲା । ଏହାସହ ଦିଲ୍ଲୀ ସରକାର କେନ୍ଦ୍ରସରକାରଙ୍କ ତରଫରୁ ପାରିତ ହୋଇଥିବା ୩ ଟି ବିବାଦିତ ଆଇନକୁ ସଦନରେ ରଖିବା ପରେ ଏହାକୁ ପ୍ରଥମେ ଆପ୍ ବିଧାୟକ ମହେନ୍ଦ୍ର ଗୋଏଲ ଓ ସୋମନାଥ ଭାରତୀ ଚିରିଥିଲେ । ଏହା ସହ ଉଭୟ ବିଧାୟକ କହିଥିଲେ କି ‘କେନ୍ଦ୍ରସରକାରଙ୍କ ଦ୍ୱାରା ପାରିତ ଏହି କଳା କାନୁନକୁ ଆମେ ବିରୋଧ କରୁଛୁ ଯାହାକି କୃଷକ ବିରୋଧୀ’ ।
ବିଧାନସଭା ଭିତରେ କେଜ୍ରିୱାଲ କହିଥିଲେ କି ଏଭଳି ଆଚରଣ କରିବା ପାଇଁ ଆମକୁ କଷ୍ଟ ହେଉଛି ହେଲେ ଦେଶର ଅନ୍ନଦାତା ଏଭଳି ଥଣ୍ଡା ସମୟରେ ସଡକ ଉପରେ ୨୧ ଦିନ ହେବ ବସିଛନ୍ତି ତାହା ବି ଆମକୁ କଷ୍ଟ ଦେଉଛି । ଏହା ସହିତ ସେ କହିଥିଲେ କି ବର୍ତମାନ ଯାଏ ଆନ୍ଦୋଳନରତ କୃଷକ ମାନଙ୍କ ମଧ୍ୟରୁ ୨୦ ରୁ ଅଧିକ କୃଷକ ଧାରଣା ସ୍ଥଳରେ ମୃତ୍ୟୁବରଣ କରିସାରିଲେଣି । ଆଉ କେତେ କୃଷକଙ୍କ ଜୀବନ ନେବା ପରେ କେନ୍ଦ୍ରସରକାର କୃଷକ ମାନଙ୍କ ଦାବି ଶୁଣିବେ ବୋଲି ସେ ପ୍ରଶ୍ନ କରିଛନ୍ତି । ୧୯୦୭ ମସିହାରେ ଏଭଳି ଆନ୍ଦୋଳନ ହୋଇଥିଲା । ଯାହାର ନାମ ଥିଲା ପଗଡି ସମ୍ଭାଲ ଜଟା । ଏହି ଆନ୍ଦୋଳନ ଇଂରେଜ ମାନଙ୍କ ବିରୋଧରେ ୯ ମାସ ପର୍ଯ୍ୟନ୍ତ ଚାଲିଥିଲା । ଏହି ଆନ୍ଦୋଳନର ନେତୃତ୍ୱ ଭଗତ ସିଂଙ୍କ ପିତା ଓ ତାଙ୍କର ଦାଦା ନେଇଥିଲେ । ସେହି ସମୟରେ ଇଂରେଜ ସରକାର ବି କହିଥିଲେ ଏହି ଆଇନରେ କିଛିଟା ପରିବର୍ତ୍ତନ କରିଦେବୁ । ହେଲେ କୃଷକ ମାନେ ଜିଦ ଧରିଥିଲେ କି ସମ୍ପୁର୍ଣ୍ଣ ଆଇନ ପ୍ରତ୍ୟାହାର କରାଯାଉ । ଆଜି ଦେଶ ଇଂରେଜ ମାନଙ୍କ ଠାରୁ ମୂୁକ୍ତି ପାଇଛି । ହେଲେ ଏବେର ସରକାର ଇଂରେଜ ମାନଙ୍କ ଭଳି ସମାନ ଢଙ୍ଗରେ କୃଷକ ମାନଙ୍କ ସହିତ ଲଢୁଛନ୍ତି ।