ଜେଲରୁ ନିର୍ବାଚନୀ ଇସ୍ତାହାର ପଠାଇଲେ ଅରବିନ୍ଦ କେଜ୍ରିୱାଲ, ଇଣ୍ଡିଆମେଣ୍ଟ ମହାରାଲିରେ ପତ୍ନୀ ସୁନୀତା କେଜ୍ରିୱାଲ କଲେ ଘୋଷଣା

697

କନକ ବ୍ୟୁରୋ : ଦିଲ୍ଲୀର ରାମଲୀଳା ମୈଦାନରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ରାଲି ଚାଲିଛି । ଏହି ରାଲିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ବିଜେପି ସରକାର ଉପରେ ଜୋରଦାର ବର୍ଷିଛନ୍ତି । ଏହାସହ ଜେଲରୁ କେଜ୍ରିୱାଲ ଯେଉଁ ବାର୍ତ୍ତା ପଠାଇଛନ୍ତି ତାହା ସେ ପଢିଥିଲେ । ଏହି କ୍ରମରେ ସେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଦେଶବାସୀଙ୍କ ଉର୍ଦ୍ଦେଶ୍ୟରେ ଅରବିନ୍ଦ କେଜ୍ରିୱାଲ ପଠାଇଥିବା ଇସ୍ତାହାର ମଧ୍ୟ ଘୋଷଣା କରିଛନ୍ତି । ସେ କହିଛନ୍ତି କି, ଲୋକସଭା ନିର୍ବାଚନରେ ଯଦି ଦେଶରେ ଇଣ୍ଡିଆ ମେଣ୍ଟର ସରକାର ଗଠନ ହୁଏ ତେବେ କେଜ୍ରିୱାଲଙ୍କ ତରଫରୁ ଦେଶବାସୀଙ୍କୁ ୬ଟି ଗ୍ୟାରେଣ୍ଟି ମିଳିବ । ଏହି ଗ୍ୟାରେଣ୍ଟି ମଧ୍ୟରେ ରହିଛି ..

  • ଇଣ୍ଡିଆ ମେଣ୍ଟର ସରକାର ଗଠନ ହେଲେ ସାରା ଦେଶର ଲୋକଙ୍କୁ ୨୪ ଘଣ୍ଟିଆ ବିଜୁଳି ସେବା ମିଳିବ ।
  • ଗରିବଙ୍କ ପାଇଁ ମାଗଣା ବିଜୁଳି : ଅରବିନ୍ଦ କେଜ୍ରିୱାଲଙ୍କ ଦ୍ୱିତୀୟ ଗ୍ୟାରେଣ୍ଟି ହେଉଛି ଦେଶର ପ୍ରତି ଗରିବ ପରିବାକୁ ମାଗଣାରେ ବିଜୁଳି ସେବା
  • ଦେଶର ପ୍ରତିଟି ଗାଁରେ ବିକଶିତ ସରକାରୀ ସ୍କୁଲ । ଯେଉଁଠି ଗରିବ ଓ ଧନୀକ ପିଲାଙ୍କ ମଧ୍ୟରେ ଫରକ ରହିବ ନାହିଁ । ପ୍ରତି ପିଲାଙ୍କୁ ସରକାରୀ ସ୍କୁଲରେ ଉଚ୍ଚମାନର ଶିକ୍ଷା ମିଳିବ
  • ପ୍ରତିଟି ଗ୍ରାମରେ ମୋହଲ୍ଲା କ୍ଲିନକ ନିର୍ମାଣ କରାଯିବ । ପ୍ରତି ଜିଲ୍ଲାରେ ମଲ୍ଟିସ୍ପେଶାଲିଟି ସରକାରୀ ହସ୍ପିଟାଲ, ପ୍ରତି ବ୍ୟକ୍ତିଙ୍କ ପାଇଁ ମାଗଣା ଚିକିତ୍ସା ସେବା
  • ସ୍ୱାମୀନାଥନ କମିଟି ଆଧାରରେ ପ୍ରତି ଫସଲ ଉପରେ କୃଷକଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ।
  • ସବୁଠାରୁ ବଡ କଥା ହେଉଛି କି, କେଜ୍ରିୱାଲ ତାଙ୍କ ଷଷ୍ଠ ଗ୍ୟାରେଣ୍ଟିରେ ଲେଖିଛନ୍ତି ଯେ ଯଦି ଇଣ୍ଡିଆ ମେଣ୍ଟର ସରକାର ଗଠନ ହୁଏ ତେବେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ପ୍ରଦାନ କରାଯିବ ।