କନକ ବ୍ୟୁରୋ: ଏପଟେ କୋର୍ଟ ସମନ, ସେପଟେ ଆସ୍ଥା ଭୋଟ୍ । ଆଜି କୋର୍ଟରେ ହାଜର ହୋଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଇଡି ବାରମ୍ବାର ସମନ ପଠାଇବା ସତ୍ୱେ ସେ କାହିଁକି ଇଡି କାର୍ଯ୍ୟାଳୟରେ ହାଜର ହେଉ ନାହାନ୍ତି, ସେ ଏନେଇ ଜବାବ ରଖିବେ । ଅନ୍ୟପଟେ ଆଜି ଦିଲ୍ଲୀ ବିଧାନସଭାରେ ଆଜି ଆସ୍ଥା ଭୋଟ୍ ହେବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିଜେ କେଜ୍ରିୱାଲ ହିଁ ଆସ୍ଥା ଭୋଟ ଲୋଡ଼ିଛନ୍ତି । ଦଳୀୟ ବିଧାୟକଙ୍କୁ ଟଙ୍କା ଦେଇ ବିଜେପି କିଣିବାକୁ ଚେଷ୍ଟା କରୁଛି ବୋଲି କେଜ୍ରିୱାଲ ଅଭିଯୋଗ କରିଛନ୍ତି । ଏହାସହ ଆସ୍ଥା ଭୋଟ ଜିତି ଶକ୍ତି ପ୍ରଦର୍ଶନ କରିବା ଲକ୍ଷ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।
ଦିତୀୟ ଥର ପାଇଁ କେଜ୍ରିୱାଲ ନିଜ ଆଡୁ ଆସ୍ଥା ଭୋଟ ଲୋଡ଼ିଛନ୍ତି । ଦିଲ୍ଲୀ ବିଧାନସଭାରେ ଆମ୍ ଆଦମୀ ପାର୍ଟିର ୬୨ ବିଧାୟକ ଥିବା ବେଳେ ବିଜେପିର ୮ ଜଣ ବିଧାୟକ ଅଛନ୍ତି । ସେପଟେ ଆଜି କୋର୍ଟରେ ହାଜର ହୋଇପାରନ୍ତି କେଜରିୱାଲ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ କେଜରିୱାଲଙ୍କୁ ୫ ଥର ସମନ ପଠାଇସାରିଛି, ହେଲେ ସେ ହାଜର ହୋଇନାହାନ୍ତି । ଏହାକୁ ନେଇ ଇଡି କୋର୍ଟକୁ ଯାଇଛି । ଜେରିୱାଲ କାହିଁକି ଇଡି ପାଖରେ ହାଜର ହେଉନାହାନ୍ତି, ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଉତର ମାଗିଥିଲେ କୋର୍ଟ । ତେଣୁ ଆଜି ହାଜର ହୋଇ କୋର୍ଟଙ୍କ ନିକଟରେ ଉତର ରଖିପାରନ୍ତି ଅରବିନ୍ଦ କେଜରିୱାଲ ।