କନକ ବ୍ୟୁରୋ: ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ଘରେ ଆୟକର ବିଭାଗର ସର୍ଭେ ପରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ବୁଧବାର ସୋନୁ ସୁଦଙ୍କୁ ସମର୍ଥନ କରିି କେଜ୍ରିୱାଲ କହିଛନ୍ତି, “ସତ୍ୟ ପଥରେ ଚାଲିବାକୁ ହେଲେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ହେଲେ ଶେଷରେ ସର୍ବଦା ସତ୍ୟର ହିଁ ଜୟ ହୋଇଥାଏ । ସତ୍ୟ ପଥରେ ଚାଲିବାକୁ ହେଲେ ସବୁବେଳେ ବିପଦର ସାମ୍ନା କରିବାକୁ ପଡେ । ସୋନୁଙ୍କ ସାଥିରେ ଭାରତର ଲକ୍ଷ ଲକ୍ଷ ଗରିବ ପରିବାରଙ୍କ ଆଶୀର୍ବାଦ ରହିଛି, ଯେଉଁମାନଙ୍କ କଠିନ ସମୟରେ ସୋନୁ ତାଙ୍କ ସହିତ ରହିଥିଲେ ।”
ବୁଧବାର ସୋନୁ ସୁଦଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଆୟକର ବିଭାଗର ଟିମ୍ ପହଞ୍ଚଥିଲା । ଏହି ଟିମ୍ ସୋନୁଙ୍କ ଘରେ ସର୍ଭେ କରିଥିଲା । ତେବେ ଆପର ଏକ କାର୍ଯ୍ୟକ୍ରମରେ ଯୋଗଦେବାର କିଛି ଦିନ ପରେ ସୋନୁଙ୍କ ଘରେ ଆୟକର ବିଭାଗ ପହଞ୍ଚିଥିବା ହେତୁ ଏହାକୁ ନେଇ ଆପ୍ ନେତାମାନେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
सच्चाई के रास्ते पर लाखों मुश्किलें आती हैं, लेकिन जीत हमेशा सच्चाई की ही होती है। @SonuSood जी के साथ भारत के उन लाखों परिवारों की दुआएं हैं जिन्हें मुश्किल घड़ी में सोनू जी का साथ मिला था। https://t.co/qsAyYvzkQP
— Arvind Kejriwal (@ArvindKejriwal) September 15, 2021
ଆମ୍ ଆଦମୀ ପାର୍ଟିର ବିଧାୟକ ରାଘବ ଚଡ୍ଡା ଟୁଇଟ୍ କରି ଲେଖିଛନ୍ତି, ଏହା କିଛି ନୁହେଁ, ବରଂ ଲକ୍ଷ ଲକ୍ଷ ଲୋକଙ୍କ ମସିହା, ପରୋପକାରୀ ସୋନୁ ସୁଦଙ୍କ ପ୍ରତି ଏ ସରକାର ଅସୁରକ୍ଷିିତ । ତେଣୁ ଜାଣିଶୁଣି ସୋନୁଙ୍କୁ ଟାର୍ଗେଟ କରାଯାଉଛି ବୋଲି ସେ ଟୁଇଟ୍ କରି ଲେଖିଛନ୍ତି ।
This is nothing but a witch hunt by an insecure government against a giant philanthropist considered a 'messiah' by millions. His only crime is that he worked for the welfare of downtrodden when they were orphaned by the state. https://t.co/Zu10aiKIIv
— Raghav Chadha (@raghav_chadha) September 15, 2021
ଅନ୍ୟପଟେ ଆପ ବିଧାୟକ ଓତିଶି କହିଛନ୍ତି ଯେ, ସୋନୁ ସୁଦଙ୍କ ଘରେ ଆୟକର ବିଭାଗର ଏହି ସର୍ଭେ ସ୍ପଷ୍ଟ ସନ୍ଦେଶ ଦେଉଛି ଯେ, ବିଜେପି ଭଲ କାମ କରୁଥିବା ଲୋକଙ୍କୁ ଟାର୍ଗେଟ କରୁଛି । ଲକଡାଉନ୍ ସମୟରେ ସୋନୁ ସୁଦ ଅସଂଖ୍ୟ ପ୍ରବାସୀଙ୍କୁ ସାହାଯ୍ୟ କରି ଅପରାଧ କରିଛନ୍ତି କି? ମୁସ୍କିଲ ସମୟରେ ଲୋକଙ୍କ ସାହାଯ୍ୟ କରିବ ଅପରାଧ କି ବୋଲି ସେ ପ୍ରଶ୍ନ କରିଛନ୍ତି ।