ଜେଲ୍ ଫେରିବେ ନା ବଢିବ ଜାମିନ୍ ଅବଧି: ନିୟମିତ ଏବଂ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ୭ ଦିନ ପାଇଁ ଅନ୍ତରୀଣ ଜାମିନ ବୃଦ୍ଧି କରିବାକୁ ଆବେଦନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ

141

କନକ ବ୍ୟୁରୋ: ଜେଲ୍ ଫେରିବେ ନା ବଢିବ ଜାମିନ୍ ଅବଧି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିୟମିତ ଏବଂ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ୭ ଦିନ ପାଇଁ ଅନ୍ତରୀଣ ଜାମିନ ଆବେଦନ ବୃଦ୍ଧି କରିବାକୁ ଅପିଲ କରିଛନ୍ତି । ଦିଲ୍ଲୀର ରାଉସ ଆଭେନ୍ୟ କୋର୍ଟ ଏ ନେଇ ଇଡିକୁ ଦେବା ପାଇଁ କହିଛନ୍ତି । ସୁପ୍ରିମକୋର୍ଟରୁ ନିରାଶ ହେବା ପରେ ଦିଲ୍ଲୀ କୋର୍ଟରେ ଜାମିନ ଆବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେଜ୍ରିୱାଲଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ଜୁନ ୧ରେ ହେବ ବୋଲି ଦର୍ଶାଇଛନ୍ତି କୋର୍ଟ । ତେବେ ଲୋକସଭା ନିର୍ବାଚନା ପ୍ରଚାର ପାଇଁ କେଜ୍ରିୱାଲଙ୍କୁ ମେ ୧୦ରେ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳନୀ ଜାମିନ କରିଥିଲେ ଏବଂ ଜୁନ ୨ରେ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା । ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଇଡି ଗିରଫ କରିଥିଲା ।