ମୋଦିଙ୍କୁ କେଜ୍ରିୱାଲଙ୍କ ପ୍ରଶ୍ନ । କହିଲେ, ପିଜା, ବର୍ଗରର ହୋମ ଡେଲିଭରି ହୋଇପାରୁଛି ତାହେଲେ ରାସନର କାହିଁକି ନୁହେଁ?

293

କନକ ବ୍ୟୁରୋ: ଦିଲ୍ଲୀ ସରକାରଙ୍କ ଘର-ଘର ରାସନ ଯୋଜନା ଉପରେ କେନ୍ଦ୍ର ସରକାର ରୋକ ଲଗାଇବ ପରେ ଏବେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏକ ପ୍ରେସ କନଫରେସନ୍ସ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ପିଜା, ବର୍ଗରର ହୋମ ଡେଲିଭରି ହୋଇ ପାରୁଛି ହେଲେ ରାସନର କାହିଁକି ନୁହେଁ ।

କେଜ୍ରିୱାଲ ଆହୁରି କହିଛନ୍ତି ଯେ, ଆସନ୍ତା ସପ୍ତାହରେ ଘର ଘର ରାସନ ଯୋଜନା ଆରମ୍ଭ ହେବାର ଥିଲା । ଏନେଇ ସବୁ ପ୍ତସ୍ତୁତି ସରିଥିଲା । ହେଲେ ଆପଣ ହଠାତ କାହିଁକି ଏଭଳି ଦୁଇଦିନ ପୂର୍ବରୁ ରୋକ ଲଗାଇଲେ । ଆପଣ କହିଲେ ଏହି ଯୋଜନା ପାଇଁ ଆମେ କେନ୍ଦ୍ରଠୁ ଅନୁମତି ନେଇନୁ । ହେଲେ ଆମେ ଏଥିପାଇଁ ୫ଥର ଅନୁମତି ନେଇଛୁ ।

ଏହି ସମୟରେ ଦେଶ ଅନେକ ସଙ୍କଟ ଦେଇ ଗତି କରୁଛି । ଏହି ସମୟ ଜଣେ ଜଣଙ୍କର ହାତ ଧରି ଚାଲିବାର, ଏହି ସମୟ ଝଗଡା କରିବାର ନୁହେଁ । ଲୋକମାନେ ଜାଣି ସାରିଲେଣି ଏଭଳି ସମୟରେ କେନ୍ଦ୍ର ସରକାର ଅନ୍ୟମାନଙ୍କ ସହ ଝଗଡା କରିବାରେ ବ୍ୟସ୍ତ ବୋଲି କହିଛନ୍ତି ଅରବିନ୍ଦ କେଜରିୱାଲ ।