ଗୋଆ ଉପରେ କେଜ୍ରିୱାଲଙ୍କ ନଜର: ଯୁବ ଗୋଷ୍ଠୀଙ୍କୁ ଚାକିରି ଦେବାକୁ ଦେଲେ ପ୍ରତିଶ୍ରୁତି

72

କନକ ବ୍ୟୁରୋ: ଗୋଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଗୋଟିଏ ବର୍ଷରେ ଲଗାତାର ତୃତୀୟ ଥର ଗୋଆ ଗସ୍ତ କରିଛନ୍ତି ଆପ ମୁଖ୍ୟ । ଆଗକୁ ଗୋଆ ବିଧାନସଭା ନିର୍ବାଚନ ଥିବାରୁ ସେଠାରେ ସରକାର ଗଠନ କରିବାକୁ ପୁରା ଲାଗିପଡିଛନ୍ତି କେଜ୍ରିୱାଲ । ଗୋଆରେ ଆପ କ୍ଷମାତାକୁ ଆସିଲେ ଗୋଆବାସୀଙ୍କୁ ଅନେକ ସୁବିଧା ସୁଯୋଗ ଯୋଗାଇବ ବୋଲି ଘୋଷଣା କରିଛନ୍ତି କେଜ୍ରିୱାଲ । ରାଜ୍ୟରେ ଯୁବକଙ୍କୁ ଚାକିରୀ ଯୋଗାଇବା ସହ ଚାକିରୀ ନହେବା ପର୍ଯ୍ୟନ୍ତ ୩ ହଜାର ଟଙ୍କାର ବେକାରୀ ଭତା ଦେବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି କେଜ୍ରିୱାଲ ।

ସେହିପରି ୨୪ ଘଂଟା ବିଦ୍ୟୁତ ଯୋଗାଣ ସହ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ଛାଡ ବୋଲି ଘୋଷଣା କରିଛନ୍ତି । ଏହାସହ ପୂର୍ବ ସରକାରଙ୍କୁ ଟାର୍ଗେଟ କରିବାକୁ ପଛେଇନାହାନ୍ତି କେଜ୍ରିୱାଲ । ଗୋଆରେ ଲଗାତାର ଯୁବକ ମାନେ ଆପ ର ସଦସ୍ୟତା ଗ୍ରହଣ କରୁଥିବା ନେଇ କେଜ୍ରିୱାଲ ସ୍ପଷ୍ଟ କରିବା ସହ ଗୋଆବାସୀଙ୍କୁ ଅଧିକରୁ ଅଧିକ ଅଯୋଦ୍ଧାର ତୀର୍ଥଯାତ୍ରା ତଥା ଦର୍ଶନ କରେଇବାର ପ୍ରତିଶ୍ରୁତି ଦେଇଛନ୍ତି ।