ଅରବିନ୍ଦ କେଜ୍ରିୱାଲଙ୍କ ନିର୍ବାଚନୀ ପ୍ରତିଶ୍ରୁତି: ପଞ୍ଜାବରେ ଆପ ଜିତିଲେ ମହିଳାଙ୍କୁ ମିଳିବ ମାସିକ ୧ ହଜାର ଟଙ୍କା

Advertisment
ଅରବିନ୍ଦ କେଜ୍ରିୱାଲଙ୍କ ନିର୍ବାଚନୀ ପ୍ରତିଶ୍ରୁତି: ପଞ୍ଜାବରେ ଆପ ଜିତିଲେ ମହିଳାଙ୍କୁ ମିଳିବ ମାସିକ ୧ ହଜାର ଟଙ୍କା

କନକ ବ୍ୟୁରୋ: ଆମ୍‌ ଆଦମୀ ପାର୍ଟି (ଆପ୍‌) ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର କହିଛନ୍ତି ଯେ ଯଦି ପଞ୍ଜାବରେ ତାଙ୍କ ଦଳ ଆପ୍‌ ୨୦୨୨ ବିଧାନସଭା ନିର୍ବାଚନରେ କ୍ଷମତାକୁ ଆସେ ତେବେ ପଞ୍ଜାବର ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ମାସିକ ୧ହଜାର ଟଙ୍କା ସ୍ଥାନାନ୍ତର କରାଯିବ।

ପଞ୍ଜାବର ମୋଗା ଠାରେ ଆୟୋଜିତ ଏକ ସଭାରେ ଆପ୍‌ ସୁପ୍ରିମୋ କେଜ୍ରିଓ୍ଵାଲ କହିଛନ୍ତି ଯେ ଆଜି ମୁଁ ଏକ ଘୋଷଣା କରିବାକୁ ଚାହୁଁଛି। ଯଦି ଆଗାମୀ ନିର୍ବାଚନରେ ଆମ୍‌ ଆଦମୀ ପାର୍ଟି ପଞ୍ଜାବରେ ସରକାର ଗଠନ କରିବ, ତେବେ ଆମେ ପ୍ରତି ମାସରେ ରାଜ୍ୟରେ ଥିବା ୧୮ ବର୍ଷରୁ ଅଧିକ ବୟସର ପ୍ରତ୍ୟେକ ମହିଳାଙ୍କ ଆକାଉଣ୍ଟକୁ ମାସିକ ୧ ହଜାର ଟଙ୍କା ସ୍ଥାନାନ୍ତର କରିବୁ। ବୃଦ୍ଧାବସ୍ଥା ପେନସନ ପାଉଥିବା ବୟସ୍କ ମହିଳାମାନେ ସେମାନଙ୍କ ଆକାଉଣ୍ଟରେ ପେନ୍‌ସନ୍‌ ବ୍ୟତୀତ ପ୍ରତି ମାସରେ ୧ ହଜାର ଟଙ୍କା ଲେଖାଁଏ ପାଇବେ ବୋଲି ସୋମବାର ଦିନ ଦୁଇ ଦିନିଆ ପଞ୍ଜାବ ଗସ୍ତ ଆରମ୍ଭ କରିଥିବା ଶ୍ରୀ କେଜ୍ରିୱାଲ ଏଠାରେ ଏକ ସମାବେଶକୁ ସମ୍ବୋଧିତ କରିବା ସମୟରେ କହିଛନ୍ତି।

ଆପ୍‌ ର ’ମିଶନ ପଞ୍ଜାବ’ ଅଧୀନରେ ଶ୍ରୀ କେଜ୍ରିୱାଲ ଆଗାମୀ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ସମର୍ଥନ ସଂଗ୍ରହ କରିବା ପାଇଁ ଆସନ୍ତା ଏକ ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନ ପରିଦର୍ଶନ କରିବାର କାର୍ୟ୍ୟକ୍ରମ ରହିଛି। ଉଲ୍ଲେଖଯୋଗ୍ୟ, ୨୦୧୨ରେ ସ୍ଥାପିତ ଆପ୍‌ ଗତ ବିଧାନସଭା ନିର୍ବାଚନରେ ପଞ୍ଜାବରେ ମୁଖ୍ୟ ବିରୋଧୀ ଭାବରେ ଉଭା ହୋଇଥିଲା।

ଏହାପୂର୍ବରୁ ଆସନ୍ତା ବର୍ଷ ପ୍ରାରମ୍ଭରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ ଦଳ କ୍ଷମତାକୁ ଆସିଲେ ପଞ୍ଜାବର ପ୍ରତ୍ୟେକ ପରିବାର ପାଇଁ ୩୦୦ ୟୁନିଟ୍‌ ମାଗଣା ବିଦ୍ୟୁତ୍‌, ୨୪ ଘଣ୍ଟିଆ ବିଦ୍ୟୁତ୍‌ ଯୋଗାଣ ଏବଂ ସରକାରୀ ଡାକ୍ତରଖାନାରେ ମାଗଣା ଚିକିତ୍ସା ସୁବିଧା ସହ ଔଷଧ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇ ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe