କେଜ୍ରିୱାଲଙ୍କ ମିଶନ ପଞ୍ଜାବ: ଲୁଧିଆନାରେ ଅଟୋରେ ବୁଲିଲେ ଆପ ମୁଖ୍ୟ, ଅଟୋ ଡ୍ରାଇଭର ଘରେ କଲେ ରାତ୍ରି ଭୋଜନ 

Advertisment
କେଜ୍ରିୱାଲଙ୍କ ମିଶନ ପଞ୍ଜାବ: ଲୁଧିଆନାରେ ଅଟୋରେ ବୁଲିଲେ ଆପ ମୁଖ୍ୟ, ଅଟୋ ଡ୍ରାଇଭର ଘରେ କଲେ ରାତ୍ରି ଭୋଜନ 

କନକ ବ୍ୟୁରୋ: ପଞ୍ଜାବ ବିଧାନସଭା ନିବାଚନ ପାଇଁ କେଉଁ ରାଜନୈତିକ ଦଳ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ଏହାରି ଭିତରେ ଆପ ମୁଖ୍ୟ କରିଛନ୍ତି ବଡ ଘୋଷଣା । ପଞ୍ଜାବରେ ସର୍ବପ୍ରଥମେ ଆମ ଆଦମୀ ପାର୍ଟି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ ଘୋଷଣା ।  ଏମିତି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓାଲ ।

ପଂଜାବରେ ପହଁଚି ନିଜ ଦଳ ଆମ ଆଦମୀ ପାର୍ଟି ପାଇଁ ପ୍ରଚାରରେ ଜୋସ୍ ଭରିବାକୁ ଲାଗି ପଡିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ପଂଜାବରେ ଦିଲ୍ଲୀ ଭଳି ସୁବିଧା ସୁଯୋଗ ଯୋଗାଇବା ପାଇଁ ଦେଉଛନ୍ତି ପ୍ରତିଶ୍ରୁତି । ଚିକିତ୍ସା ସୁବିଧାରୁ ଶିକ୍ଷା, ପଂଜାବରେ ଆମ ଆଦମୀ ପାର୍ଟି ସତାକୁ ଆସିଲେ ସବୁ ମିଳିବ ପଂଜାବ ଜନତାଙ୍କୁ ।

ପଂଜାବ ଜନତାଙ୍କୁ କେଜ୍ରିୱାଲଙ୍କ ପ୍ରତିଶ୍ରୁତି

- ଲୋକଙ୍କୁ ମାଗଣା ବିଦ୍ୟୁତ ସେବା ଯୋଗାଇବ ଆପ

- ପ୍ରତ୍ୟେକ ମହିଳାଙ୍କୁ ମାସିକ ଦିଆଯିବ ୧୦୦୦ ଟଙ୍କା

- ପଂଜାବରେ ସବୁ ସରକାରୀ ସ୍କୁଲ ହେବ ଦିଲ୍ଲୀ ଭଳି ସ୍ମାର୍ଟ ସ୍କୁଲ୍

୨୦୨୨ରେ ବିଧାନସଭା ଭୋଟ୍ ଥିବା ବେଳେ ଭୋଟ୍ ଆଗରୁ ପଂଜାବ ଜନତାଙ୍କୁ ଏମିତି ଅନେକ ପ୍ରତିଶ୍ରୁତି ଦେଇଛନ୍ତି ଆମ ଆଦମୀ ପାର୍ଟି ମୁଖ୍ୟ

ପଂଜାବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉଦାରମନା ସ୍ୱଭାବ ସଭିଁଙ୍କ ମନ ଜିଣି ନେଇଛି । ଯେତେବେଳେ ଜଣେ ଅଟୋ ଡ୍ରାଇଭରର ନିମନ୍ତ୍ରଣକୁ ରକ୍ଷା କରି ତାଙ୍କ ଘରକୁ ରାତ୍ରି ଭୋଜନ କରିବା ପାଇଁ ପହଁଚିଥିଲେ ଅରବିନ୍ଦ କେଜ୍ରିୱାଲ । ଅଟୋ ଡ୍ରାଇଭର ଦିଲ୍ଲୀପ ତେୱାରୀଙ୍କ ପରିବାର ସହ ମିଶି ରାତ୍ରି ଭୋଜନ କରିଥିଲେ କେଜ୍ରିୱାଲ । ସୋମବାର ଲୁଧିଆନାରେ ଅଟୋ ରିକ୍ସାରେ ବସି ବୁଲିବାବେଳେ କେଜ୍ରିୱାଲଙ୍କୁ ତାଙ୍କୁ ଜଣେ ରିକ୍ସା ଡ୍ରାଇଭର ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ । ସୋସିଆଲ ମିଡିଆରେ ତାଙ୍କର ଏଭଳି ଉଦ୍ୟମକୁ ବେଶ ପ୍ରଶଂସା କରାଯାଉଥିବା ବେଳେ ବିରୋଧି କେଜ୍ରିୱାଲଙ୍କୁ ସମାଲୋଚନା କରିଛନ୍ତି । ନିର୍ବାଚନ ପୂର୍ବରୁ ଆପ ମୁଖ୍ୟଙ୍କ ଏହା ରଣନୀତି ବୋଲି କହିଛନ୍ତି ବିରୋଧି ।

ପଂଜାବରେ ନିଜ ଦଳ ପାଇଁ ପ୍ରଚାର କରିବା ବେଳେ କଂଗ୍ରେସକୁ ତେରେଛା ବାଣ ମାରିଛନ୍ତି ଆପ ମୁଖ୍ୟ । ଅରବିନ୍ଦ କେଜ୍ରିୱାଲ କହିଛନ୍ତି, କଂଗ୍ରେସର ଅନେକ ମନ୍ତ୍ରୀ ଏମଏଲଏ ଆପରେ ଯୋଗ ଦେବାକୁ ଚାହିଁ ବସିଛନ୍ତି । ହେଲେ ସେ କଂଗ୍ରେସର ଅଳିଆ ଆପ୍ କୁ ନେବାକୁ ଚାହୁଁ ନାହାଁନ୍ତି । ଯଦି ଆପ ଚାହେଁ ତାହାଲେ ୨୦ରୁ ଅଧିକ କଂଗ୍ରେସ ବିଧାୟକ ଏବଂ ୨ ଜଣ ସାଂସଦ ଏବେ ତାଙ୍କ ସମ୍ପର୍କରେ ରହିଛନ୍ତି । ଭୋଟ୍ ଆଗରୁ ପଂଜାବରେ କେଜ୍ରିୱାଲଙ୍କ ଏ ବୟାନ, କଂଗ୍ରେସ କ୍ୟାମ୍ପରେ ଚିନ୍ତା ସୃଷ୍ଟି କରିବ ।

ଆସନ୍ତା ୨୦୨୨ରେ ପଂଜାବ ସମେତ ୫ଟି ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଆଉ ଦିଲ୍ଲୀ ପରେ ପଂଜାବରେ ସତା ହାସଲ କରିବାକୁ ଉଦ୍ୟମ ଚଳାଇଛନ୍ତି ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ପଂଜାବରେ ସାଧାରଣ ଲୋକଙ୍କ ବିଶ୍ୱାସ ଜିତିବାକୁ କେଜ୍ରିୱାଲ ଆରମ୍ଭ କରିଦେଲେଣି ରଣନୀତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe