କନକ ବ୍ୟୁରୋ : ଆଜି ବି ଇଡିରେ ହାଜର ହେଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅବକାରୀ ଦୁର୍ନୀତି ମାମଲାରେ ହାଜର ହେବାକୁ କେଜ୍ରିୱାଲଙ୍କୁ ଚତୁର୍ଥ ଥର ପାଇଁ ନୋଟିସ ଜାରି କରାଯାଇଥିଲେ ମଧ୍ୟ ସେ ହାଜର ହୋଇନାହାନ୍ତି । ଲୋକସଭା ନିର୍ବାଚନ ଆସୁଥିବାରୁ ଗିରଫ ଉଦେଶ୍ୟରେ ଏହା ଇଡିର ଷଡଯନ୍ତ୍ର, ବିଜେପି ପ୍ରବର୍ତନ ନିର୍ଦ୍ଦେଶାଳୟକୁ ନିର୍ବାଚନୀ ଅସ୍ତ୍ର ଭାବେ ବ୍ୟବହାର କରୁଛି । ଇଡି ଅଧିକାରୀ ମାନେ ଆରୋପି ମାନଙ୍କୁ ମାଡ଼ ମାରି ମିଛ ବୟାନ ଆଦାୟ କରୁଥିବା ଦିଲୀ୍ଲ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି । ପୂର୍ବରୁ ହାଜର ପାଇଁ ଇଡି ପକ୍ଷରୁ ନୋଟିସ ଜାରି ହୋଇଥିଲେ ମଧ୍ୟ ହାଜର ହୋଇନଥିଲେ କେଜ୍ରିୱାଲ ।