ଇଡିର ଚତୁର୍ଥ ସମନରେ ବି ହାଜର ହେଲେନି କେଜ୍ରିୱାଲ । ଉତ୍ତରରେ ଲେଖିଲେ, ମୋତେ ଗିରଫ କରିବା ଏମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ।

223

କନକ ବ୍ୟୁରୋ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚତୁର୍ଥ ସମନରେ ବି ହାଜର ହେଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବରଂ ସେ ନିଜ ଜବାବରେ ଲେଖିଲେ, ଇଡିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମୋତେ ଗିରଫ କରିବା । ସେହିପରି ଆପ୍ ମଧ୍ୟ କହିଛି ଯେ, ଇଡି ଜାଣିଶୁଣି କେଜ୍ରିୱାଲଙ୍କୁ ଲୋକସଭା ନିର୍ବାଚନରେ ପ୍ରଚାର କରିବାରୁ ରୋକିବାକୁ ଚେଷ୍ଟା କରୁଛି । ତା ବ୍ୟତୀତ ଖୋଦ୍ ଇଡି ନିଜ ଚାର୍ଜସିଟରେ କେଜ୍ରିୱାଲଙ୍କ ବିରୋଧରେ କୌଣସି ମାମଲା ନାହିଁ ବୋଲି ଉଲ୍ଲେଖ କରିଥିବାବେଳେ ବାରମ୍ବାର ତାଙ୍କୁ କାହିଁକି ସମନ୍ କରରାଯାଉଛି ବୋଲି ପ୍ରଶ୍ନ କରିଛି ।
ଏହାସହ ଆପ୍ ନେତା ଏହା ମଧ୍ୟ କହିଛନ୍ତି ଯେ, ଯିଏ ଭ୍ରଷ୍ଟ ସେମାନେ ବିଜେପିକୁ ପଳାଉଛନ୍ତି । ସେମାନଙ୍କ ବିରୋଧରେ ମାମଲା ଥିଲେ ବି ତଦନ୍ତ ହେଉନାହିଁ । କିନ୍ତୁ ଆପରେ କେହି ଭ୍ରଷ୍ଟ ନୋ ନାହାଁନ୍ତି ସେମାନଙ୍କୁ ବିଜେପିକୁ ମଧ୍ୟ ଯିବାର ନାହିଁ ।