କେନ୍ଦ୍ର ଅଧ୍ୟାଦେଶ ବିରୋଧରେ ବିରୋଧୀଙ୍କୁ ଏକାଠି କରୁଛନ୍ତି କେଜ୍ରିୱାଲ, ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମାଗିଲେ ସମର୍ଥନ
କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ତରଫରୁ ଦିଲ୍ଲୀକୁ ନେଇ ଜାରି କରାଯାଇଥିବା ଅଧ୍ୟାଦେଶ ବିରୋଧରେ ବିରୋଧୀଙ୍କୁ ଏକାଠି କରିବାକୁ ଲାଗିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହି କ୍ରମରେ ଆଜି ସେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନଙ୍କୁ ଭେଟିଛନ୍ତି । ଏହି ଭେଟ ଚେନ୍ନାଇ ସ୍ଥିତ ଷ୍ଟାଲିନଙ୍କ ବାସଭବନରେ ହୋଇଛି । ଏହି କ୍ରମରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, ସାଂସଦ ସଂଜୟ ସିଂ, ଦଳର ନେତା ରାଘବ ଚଡ୍ଡା ଓ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଆତିଶି ମାରଲିନା ବି ଉପସ୍ଥିତ ଥିଲେ ।

Kanak News is now on WhatsApp
Join and get latest news updates delivered to you via WhatsApp
ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଲଗାତର ଭାବେ କେନ୍ଦ୍ରର ଅଧ୍ୟାଦେଶକୁ ସମ୍ବିଧାନ ବିରୋଧୀ ବୋଲି କହୁଛନ୍ତି । ସେ ବୁଧବାର ଦିନ ଟ୍ୱିଟ କରି କହିଥିଲେ କି କେନ୍ଦ୍ରର ଅସମ୍ବିଧାନିକ ଓ ଅଲୋକତାନ୍ତ୍ରିକ ଦିଲ୍ଲୀ ବିରୋଧୀ ଅଧ୍ୟାଦେଶ ବିରୋଧରେ ସେ ଗୁରୁବାର ଦିନ ଡିଏମକେର ସମର୍ଥନ ପାଇଁ ଏମ.କେ ଷ୍ଟାଲିନଙ୍କୁ ଭେଟିବେ । ଏହାସହ ଜୁନ୨ ତାରିଖରେ ସେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବି ଭେଟିବେ ବୋଲି ସୂଚନା ଦେଇଛନ୍ତି ।
Arvind Kejriwal is a good friend…Modi-led BJP government is pressuring Delhi UT and AAP government there, by using Lt Governor. BJP government will bring an ordinance on Delhi and DMK will strongly oppose it. We had a discussion on other leaders’ views and I appeal to all… pic.twitter.com/o88f7lPi3Q
— ANI (@ANI) June 1, 2023
ଅରବିନ୍ଦ କେଜ୍ରିୱାଲ ଆଶା କରିଛନ୍ତି କି, ବିରୋଧୀଙ୍କ ସମର୍ଥନ ମିଳିଲେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ରାଜ୍ୟ ସଭାରେ ପାରିତ ହୋଇପାରିବ ନାହିଁ । ଏନେଇ ସେ କଂଗ୍ରେସର ସମର୍ଥନ ପାଇଁ ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ସମୟ ମାଗିଛନ୍ତି ।