କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଅରବିନ୍ଦ କେଜ୍ରିୱାଲ: କହିଲେ, କେନ୍ଦ୍ରର ପରବର୍ତି ଟାର୍ଗେଟରେ ଉପ ମୁଖ୍ୟମନ୍ତ୍ରୀ

176

କନକ ବ୍ୟୁରୋ: ବିଜେପି ସରକାର ବନାମ ଦିଲ୍ଲୀ ସରକାର । ବିଭିନ୍ନ ଘଟଣାକୁ ନେଇ ପୂର୍ବର ଉଭୟଙ୍କ ମଧ୍ୟରେ ବାଦବିବାଦ ଦେଖିବାକୁ ମିଳିଛି । ଏବେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନଙ୍କ ଗିରଫକୁ ନେଇ ଆକ୍ରୋଷିତ ହୋଇପଡିଛନ୍ତି ଦିଲ୍ଲୀ ମୁ୍ଖ୍ୟମନ୍ତ୍ରୀ ଓ ସିଧାସଳଖ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏକ ଭିଡିଓ ଜାରି କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଯେଉଁ ଅନୁରୋଧ କରିଛନ୍ତି ତାହା ଆଜି ଜାତୀୟ ରାଜନୀତିରେ ଉଷ୍ମତା ଆଣି ଦେଇଛି । ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା ଏହି ରିପୋର୍ଟରେ ।

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନଙ୍କ ପରେ ଏବେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ପାଳି । ମିଛ କେସରେ ଫସାଇବାକୁ ଚାଲିଛି ଷଡଯନ୍ତ୍ରୀ । ତେଣୁ ଜଣ ଜଣ କରି ଗିରଫ କରିବା ବଦଳରେ ଏକା ସହ ଆମ ସମସ୍ତଙ୍କୁ ଗିରଫ କରାଯାଉ । ଆଜି ଏଭଳି କିଛି କହି ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଭିଡିଓ ବାର୍ତା ଜାରି କରି କେନ୍ଦ୍ର ସରକାରଙ୍କ ଉପରେ ବଡ ଅଭିଯୋଗ ଆଣିଛନ୍ତି କେଜ୍ରିୱାଲ ।

କେଜ୍ରିୱାଲ ଅଭିଯୋଗ କରି କହିଛନ୍ତି, ଦିଲ୍ଲୀର ଉନ୍ନତିକୁ ବିଜେପି ସରକାର ହଜମ କରିପାରୁନାହାଁନ୍ତି । ବାରମ୍ବାର ଦିଲ୍ଲୀ ସରକାରଙ୍କ ଉନ୍ନତିମୂଳକ ଯୋଜନା ଓ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ଫର୍ଜୀ ମାମଲା ଆଣି କେନ୍ଦ୍ରୀୟ ସଂସ୍ଥାମାନଙ୍କ ଦ୍ୱାରା ଦିଲ୍ଲୀର ମନ୍ତ୍ରୀଙ୍କୁ ଗିରଫ କରୁଛନ୍ତି । ଏଥିସହ ଫର୍ଜୀ ମାମଲାରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈ÷ନଙ୍କ ଗିରଫ କରାଯିବା ଘଟଣା ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଗିରଫ କରିବା ପାଇଁ ଯୋଜନା କରୁଥିବା କହିଛନ୍ତି କେଜ୍ରିୱାଲ । ସେପଟେ ପାଲଟା ଜବାବରେ କେଜ୍ରିୱାଲଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଅର୍ଥ ହେରଫେର ମାମାଲରା ଦିଲ୍ଲୀ ସ୍ୱ୍ୟାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନଙ୍କୁ ଗିରଫ କରିଛି । ସତେନ୍ଦ୍ର ଜୈନ ଜୁନ ୯ ଯାଏଁ ଇଡି ହେପାଜତରେ ରହିବେ ବୋଲି ଜଣାପଡିଛି ।