କନକ ବ୍ୟୁରୋ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଆଶ୍ୱସ୍ତି । ଅରବିନ୍ଦଙ୍କୁ ଜାମିନ ପ୍ରଦାନ କରିଛନ୍ତି ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ । କୋର୍ଟ କହିଛନ୍ତି, ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ କାଲି ଅରବିନ୍ଦ କେଜରିୱାଲ ତିହାର ଜେଲରୁ ବାହାରକୁ ଆସିପାରିବେ । ମଦ ଦୁର୍ନୀତି ମାମଲାରେ ଜଡିତ ମନି ଲଣ୍ଡରିଂ କେଶରେ ଅରବିନ୍ଦ କେଜରିୱାଲଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ଅଭିଯୁକ୍ତ ଦର୍ଶାଇଥିଲା ଓ ପରେ ଗିରଫ ହୋଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ମେ ମାସରେ ନିର୍ବାଚନ ପ୍ରଚାର ପାଇଁ ଅରବିନ୍ଦ କେଜରିୱାଲଙ୍କୁ ଜାମିନ ଦେଇଥିଲେ କୋର୍ଟ । ଏହାପରେ ତିହାଡ ଜେଲରେ ଆତ୍ମସମର୍ପଣ କରିଥିଲେ ଅରବିନ୍ଦ କେଜରିୱାଲ । ଏବେ ଅରବିନ୍ଦ କେଜରିୱାଲଙ୍କୁ ଜାମିନ ମିଳିବା ପରେ ଖୁସି ବ୍ୟକ୍ତ କରିଛି ଆମ ଆଦମୀ ପାର୍ଟି ।

Advertisment

-୨୧ ମାର୍ଚ୍ଚରେ ଗିରଫ ହୋଇଥିଲେ ଅରବିନ୍ଦ କେଜରିୱାଲ
-୧ ଏପ୍ରିଲରେ ତିହାର ଜେଲ ପଠାଯାଇଥିଲା
-୧୭ ନଭେମ୍ବର ୨୦୨୧ରେ ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ ହୋଇଥିଲା
-ଏଥିରେ ୩ ହଜାର ୫ ଶହ କୋଟିର ଦୁର୍ନୀତି ହୋଇଥିବା ଅଭିଯୋଗ
-୨୦୨୨ରେ ସିବିଆଇ ମାମଲା ଦାୟର କରିଥିଲା
-ଟଙ୍କା ହେରଫର ସାମ୍ନାକୁ ଆସିବା ପରେ ଇଡି ମନି ଲଣ୍ଡରିଂର ଯାଂଚ ପାଇଁ ମାମଲା କରିଥିଲା
-ଇଡି ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିଥିଲା
-ନିର୍ବାଚନ ପାଇଁ ଅରବିନ୍ଦ କେଜରିୱାଲଙ୍କୁ ଜାମିନ ଦେଇଥିଲେ କୋର୍ଟ
-ନିର୍ବାଚନ ପରେ କୋର୍ଟ ନିର୍ଦ୍ଦେଶ ଅନୁସାରେ ଆତ୍ମସମର୍ପଣ କରିଥିଲେ
-ଏବେ ୧୮ ଦିନ ପରେ ପୁଣି ଜେଲରୁ ବାହାରିପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ