ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି କୋର୍ଟରୁ ଝଟକା: ଭିଡିଓ କନଫରେନ୍ସିଂ ଜରିଆରେ ଡାକ୍ତରଙ୍କୁ ପରାମର୍ଶର ଆବେଦନ ଖାରଜ

167

କନକ ବ୍ୟୁରୋ: ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଏକ ଝଟକା । ଦିଲ୍ଲୀର ରାଓଜ ଏଭିନ୍ୟୁ କୋର୍ଟରେ ଡାକ୍ତରଙ୍କୁ ଭିଡିଓ କନଫରେନ୍ସିଂରେ ପରାମର୍ଶ ପାଇଁ ଆବେଦନ କରିଥିଲେ କେଜ୍ରିୱାଲ । ଏକ ସପ୍ତାହ ହେବ କେଜ୍ରିୱାଲଙ୍କୁ ଇନସୁଲିନ ନଦେବାକୁ ନେଇ ଆମ ଆଦମୀ ପାର୍ଟି ହଙ୍ଗାମା ଜାରି ରଖିଛି । କେଜ୍ରିୱାଲ ନିଜ ଆବେଦନରେ ଜେଲର ଅଧିକାରୀଙ୍କୁ ତାଙ୍କୁ ଇନସୁଲିନ ଦେବାକୁ ନିର୍ଦ୍ଦେଶ ଓ ତାଙ୍କୁ ସୁଗାର ଲେବଲକୁ ନେଇ ପ୍ରତିଦିନ ଡାକ୍ତରଙ୍କ ସହ ୧୫ ମିନିଟ ଭିଡିଓ କନଫେରନ୍ସିଂରେ ପରାମର୍ଶ ଦେବାକୁ ଆବେଦନ କରିଥିଲେ । ଯାହାକୁ କୋର୍ଟ ଖାରଜ କରିଦେଇଛନ୍ତି ।