ଆସନ୍ତା କାଲି ୧୨ଟା ବେଳେ ବିଜେପି ମୁଖ୍ୟାଳୟ ଯିବୁ, ପ୍ରଧାନମନ୍ତ୍ରୀ ଯାହାକୁ ଜେଲ ପଠାଇବା କଥା ପଠେଇ ଦେବେ : ଅରବିନ୍ଦ କେଜ୍ରିୱାଲ

1,655

କନକ ବ୍ୟୁରୋ : ସ୍ୱାତୀ ମାଲିୱାଲ ମାମଲାରେ ବିଜେପି ନେତା କେଜ୍ରିୱାଲଙ୍କୁ ଘେରିବା ପରେ ଆକ୍ସନମୋଡକୁ ଆସିଛନ୍ତି ଅରବିନ୍ଦ କେଜ୍ରିୱାଲ । ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି କି, ଆମ୍ ଆଦମୀ ପାର୍ଟିର ସମସ୍ତ, ସାଂସଦ, ବିଧାୟକ ଓ କର୍ମୀ ଆସନ୍ତା କାଲି ବିଜେପି ମୁଖ୍ୟାଳୟ ଯିବୁ । ପ୍ରଧାନମନ୍ତ୍ରୀ ମୋଦୀ ଆମମାନଙ୍କ ଭିତରୁ କାହାକୁ ଜେଲ ପଠାଇବା କଥା ସେଇଠୁ ପଠାଇ ଦିଅନ୍ତୁ ।
ସମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ କହିଛନ୍ତି କି, ବିଜେପି ଶିକ୍ଷା, ସ୍ୱାସ୍ଥ୍ୟର ବିରୋଧୀ । ଦିଲ୍ଲୀରେ ହୋଇଥିବା ବିଶ୍ୱସ୍ତରୀୟ ସ୍କୁଲ, ମୋହଲା କ୍ଲିନିକ ନିର୍ମାଣ କରିବା ଆମର ଦୋଷ ବୋଲି ବିଜେପି ଚିନ୍ତା କରିଛି । ମାଗଣା ବିଜୁଳି ବିଜେପି ସରକାର ଥିବା କୌଣସି ରାଜ୍ୟରେ ଦିଆଯାଉନାହିଁ । ଏସବୁ ଯୋଜନା ଆମେ କରି ଲୋକଙ୍କୁ ସହାୟତା କରୁଥିବାରୁ ବିଜେପି ଆମ ଉପରେ ପ୍ରତିଶୋଧ ନେଉଛି । ଏଣୁ ଜଣ ଜଣ କରି କୋର୍ଟ କଚେରୀ ଦୌଡିବା ପରିବର୍ତ୍ତେ ଆମେ ସମସ୍ତେ ଆସନ୍ତା କାଲି ଦିନ ୧୨ ଟା ବେଳେ ବିଜେପି ମୁଖ୍ୟାଳୟରେ ପହଂଚିବୁ । ସେଠାରୁ ପ୍ରଧାନମନ୍ତ୍ରୀ ମୋଦୀ ଆମ ମଧ୍ୟରୁ ଯାହାକୁ ଜେଲ ପଠାଇବା କଥା ପଠାଇ ପାରନ୍ତି ।

ଆମ୍ ଆଦମୀ ପାର୍ଟି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ସ୍ୱାତୀ ମାଲିୱାଲ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କ ଉପରେ ମାଡପିଟ ଅଭିଯୋଗ ଆଣିବା ପରେ ଏହାକୁ ନେଇ ବିଜେପି ନେତାମାନେ କେଜ୍ରିୱାଲଙ୍କୁ ଟାର୍ଗେଟ୍ କରିଛନ୍ତି ।