କନକ ବ୍ୟୁରୋ: ପଞ୍ଜାବ ବିଧାନ ସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡିକ ଅଣ୍ଟା ଭିଡିସାରିଛନ୍ତି । ଏହାରି ମଧ୍ୟରେ ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଞ୍ଜାବ ଗସ୍ତରେ ଯାଇଛନ୍ତି । ଜଣେ ଶିଖ ହିଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବ ବୋଲି ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି । ଏହି ଅବସରରେ କେଜ୍ରିୱାଲଙ୍କ ଉପସ୍ଥିତିରେ ପୂର୍ବତନ ଆଇପିଏସ ବିଜୟ ପ୍ରତାପ ସିଂ ଆପରେ ସାମିଲ ହୋଇଛନ୍ତି ।
ବିଜୟ ପ୍ରତାପ ସିଂଙ୍କୁ ପଞ୍ଜାବ ସରକାରର ଜଣେ ଭରସା ଯୋଗ୍ୟ ଅଫିସର ଭାବେ ଗଣାଯାଏ । କୋଟକପୁରା ଓ ବହିବଲ କଲା ଗୁଳିକାଣ୍ଡର ଯାଞ୍ଚ ପାଇଁ ଗଠନ ହୋଇଥିବା ଏସଆଇଟି ଟିମର ମୁଖ୍ୟ ଦାୟିତ୍ୱ ଦିଆଯାଇଥିଲା ବିଜୟ ପ୍ରତାପ ସିଂଙ୍କୁ । ହେଲେ କିଛି ମାସ ପୂର୍ବରୁ ସେ ଇସ୍ତଫା ଦେଇଥିଲେ ।
ଗତ ପଞ୍ଜାବ ନିର୍ବାଚନରେ ଆମ ଆଦମୀ ପାର୍ଟି ଶକ୍ତିଶାଳୀ ନଜର ଆସିଥିଲା । ଏଥର ପଞ୍ଜାବରେ ଆପକୁ ବହୁତ ଆଶା ରହିଛି । ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଆଲୋଚନା କରାଯିବ ବୋଲି ସେ କହିଥିଲେ । ଏହାସହ ଜଣେ ଶିଖ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବ ବୋଲି ସେ କହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/06/E4ZC7zmVEAEHA_d.jpg)