ଭୁବନେଶ୍ୱରରେ ଏଥର ହେଭିୱେଟ୍ ଲଢେଇ ! ଆଇଏଏସ ବନାମ ଆଇପିଏସ, ଅପରାଜିତାଙ୍କ ବିପକ୍ଷରେ ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କଲା ବିଜେଡି ।

687

କନକ ବ୍ୟୁରୋ : ଭୁବନେଶ୍ୱରରେ ଏଥର ହେଭିୱେଟ୍ ଲଢେଇ । ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ତେବେ କିଏ ହେବେ ଭୁବନେଶ୍ୱର ଲୋକସଭାର ବିଜେଡି ପ୍ରାର୍ଥୀ, ସେନେଇ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଥିଲା । ପ୍ରଥମେ ବିଜେପି ଅପରାଜିତା ଷଡଙ୍ଗୀଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ଏବେ ବିଜେଡି କରିଛି ପ୍ରାର୍ଥୀ ଘୋଷଣା । ଅରୂପ ପଟ୍ଟନାୟକଙ୍କୁ ଦଳ ଏଥର ଭୁବନେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି ।

ଭୁବନେଶ୍ୱର ଲୋକସଭା ଆସନରେ ଏଥର ଦେଖିବାକୁ ମିଳିବ ଆଇଏଏସ-ଆଇପିଏସ ଲଢେଇ । ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳ ପ୍ରାର୍ଥୀ କରିଛି । ସେପଟେ ବିଜେପି ପକ୍ଷରୁ ଅପରାଜିତା ଷଡଙ୍ଗୀଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ, କଂଗ୍ରେସ ପକ୍ଷରୁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରାଯାଇନାହିଁ । ୨୦୧୪ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡିରୁ ପ୍ରସନ୍ନ ପାଟ୍ଟଶାଣୀ ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ଦଳ ଏଥର ତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ନିଷ୍ପତ୍ତି ନେଇଛି । ସେହିପରି ବିଜେପି ପକ୍ଷରୁ ପୃଥ୍ୱୀରାଜ ହରିଚନ୍ଦନ ୨୦୧୪ରେ ପ୍ରାର୍ଥୀ ହୋଇଥିଲେ । ତେବେ ଏଥର ଏହି ଆସନରୁ ଅପରାଜିତା ଷଡଙ୍ଗୀଙ୍କୁ ଦଳ ମଇଦାନକୁ ଓହ୍ଲାଇଛି ।