କନକ ବ୍ୟୁରୋ : ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନାଁ ନନେଇ, ତାଙ୍କୁ ଧମକ ଦେଇଛନ୍ତି ବିଜେଡି ନେତା ଅରୁପ ପଟ୍ଟନାୟକ । ଭୁବନେଶ୍ୱର ବିଏମସି କାର୍ଯ୍ୟାଳୟ ସାମ୍ନାରେ ଚାଲିଥିବା ବିଜେଡିର ପ୍ରତିବାଦ ସଭାରେ, ଏକ ବିବାଦୀୟ ବୟାନ ରଖିଛନ୍ତି ଅରୁପ ପଟ୍ଟନାୟକ । ଜୟନାରାୟଣ ମିଶ୍ରଙ୍କ ନାଁ ନନେଇ ଅରୁପ କହିଛନ୍ତି- ଯେଉଁ ଲୋକ ଧକ୍କା ମାରୁଥିଲେ ସେ ମୋ ହାବୁଡ଼ରେ ପଡ଼ିନି । ନହେଲେ ଅବସ୍ଥା କ’ଣ ହୋଇଥାନ୍ତା ସେ ଠିକ୍ ଜାଣିଛନ୍ତି । ନିଜେ ଧକ୍କା ମାରି ପୋଲିସ ଧକ୍କା ମାରିଛନ୍ତି ବୋଲି କହୁଛନ୍ତି । କିନ୍ତୁ ଭିଡ଼ିଓ ସମସ୍ତେ ଦେଖିଛନ୍ତି, ସତ କଣ ସମସ୍ତେ ଜାଣିଛନ୍ତି ।

Advertisment

ଜାମିନବିହୀନ ଗିରଫ ପରୱାନା ସତ୍ୱେ ସେ ଲୋକ କେମିତି ବାହାରେ ବୁଲୁଛନ୍ତି ବୋଲି ଅରୁପ ପ୍ରଶ୍ନ ଉଠାଇଛନ୍ତି । କେବଳ ସେତିକି ନୁହେଁ ପ୍ରଥମେ ଆକ୍ସନ୍ ଏବଂ ପରେ ସେକ୍ସନ୍ ବୋଲି ଅରୁପ ପଟ୍ଟନାୟକ କହିଛନ୍ତି । ଧକ୍କା ମାରିମାରିବା ଘଟଣାର ଉଦହାରଣ ରଖି ଅରୁପ ପଟ୍ଟନାୟକ, କହିଛନ୍ତି ଏହି ଘଟଣାରେ ଯେତେ ସବୁ ଦଫା ଲାଗିବ ତାହା ନନବେଲେବୁଲ୍ । ସରକାର ଏହି ମାମଲାର ଉଚିତ୍ ପଦକ୍ଷେପ ନେବେ ବୋଲି କହିଛନ୍ତି ଅରୁପ । ସେହିପରି ଆମର ଗୋଟିଏ ଗୋଟିଏ ହାତରେ ଗୀତା ଆଉ ଗୋଟିଏ ହାତରେ ଜୋତା ଥିବା କହିଛନ୍ତି । ଅଧିକ ଭଦ୍ର ହେଲେ ଏମାନେ ନାଲିଆଖି ଦେଖାଉଛନ୍ତି । ରାସ୍ତାଘାଟରେ ଏମାନଙ୍କୁ ଉଚିତ୍ ଜବାବ ଦେବା କଥା । କିନ୍ତୁ ଆମେ ଆଇନକୁ ହାତକୁ ନେବାନି ।