କନକ ବ୍ୟୁରୋ: ପୁରୀ ଲୋକସଭା ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ପ୍ରଚାର ଆରମ୍ଭ କରିଛନ୍ତି । ଗତକାଲି ପୁରୀ ଡେଲାଙ୍ଗ ବେରବୋଇ ପଂଚାୟତରେ ଦଳୀୟ କର୍ମୀଙ୍କ ସହ ବୈଠକ କରିଛନ୍ତି ଅରୂପ । ୱାର୍ଡସ୍ତରରୁ ଦଳକୁ ମଜଭୁତ କରିବାକୁ ବୈଠକରେ ଆଲୋଚନା ହୋଇଛି । ରାଜ୍ୟ ସରକାରଙ୍କ ଲୋକାଭିମୂଖୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଦଳ ଦଳକୁ ବିଜୟୀ କରିବା ଉପରେ ଆଲୋଚନା ହୋଇଛି । ବୈଠକରେ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରାଥୀଙ୍କ ସମେତ ୨୧ ପଞ୍ଚାୟତର ଶତାଧିକ କର୍ମୀ ଉପସ୍ଥିତ ଥିଲେ ।