କନକ ବ୍ୟୁରୋ : ରାଜ୍ୟର ସର୍ବବୃହତ ଜୁଏଲାରୀ ବ୍ରାଣ୍ଡ ଅରୁନ୍ଧତୀ ଜୁଏଲର୍ସ ତରଫରୁ ହକି ବିଶ୍ୱକପ ଉପଲକ୍ଷେ ଭାରତୀୟ ଦଳ ପାଇଁ ସମର୍ଥନ ଯୋଗାଡ କରିବା ଓ ଖେଳାଳି ମାନଙ୍କର ମନୋବଳ ବୃଦ୍ଧି କରିବା ପାଇଁ ଏକ ନିଆରା ପ୍ରୟାସ ‘ଚକ୍ ଦେ ଇଣ୍ଡିଆ’ ଖେଲୋ ଇଣ୍ଡିଆ, ଜିତୋ ଇଣ୍ଡିଆ ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି ନିଆରା ଅଭିଯାନ ମାଧ୍ୟମରେ ଅରୁନ୍ଧତୀ ଜୁଏଲର୍ସ ତରଫରୁ ହକି ବିଶ୍ୱକପକୁ ଚିରସ୍ମରଣୀୟ କରିବାକୁ ହକି ବିଶ୍ୱକପ ସ୍ପେଶାଲ ରୌପ୍ୟ ମୁଦ୍ରାକୁ INWEC ଫ୍ୟାସନ ଓ ଲାଇଫଷ୍ଟାଇଲ ମେଳାରେ Indian National Women Entrepreneur forum ଦ୍ୱାରା ଏହାର ଉନ୍ମୋଚନ କରାଯାଇ ସର୍ବପ୍ରଥମ ଓଡ଼ିଶା ହକିର ଗୌରବ ଦିଲ୍ଲୀପ ର୍ତିକୀଙ୍କୁ ପ୍ରଦାନ କରାଯାଇଛି ।

Advertisment

ଏହି ସ୍ୱତନ୍ତ୍ର ବିଶ୍ୱକପ ଏଡିସନ ମାଗଣା ରୌପ୍ୟ ମୁଦ୍ରା ଅଭିଯାନରେ ଭାଗ ନେଇ ଭାରତୀୟ ଦଳକୁ ଉତ୍ସାହିତ କରିଥିବା ୨୦୦ ଜଣ ବିଜେତାଙ୍କୁ ମାଗଣା ରୌପ୍ୟ ମୁଦ୍ରା ପ୍ରଦାନ କରାଯିବା ସହ ୫୦ ଜଣ ବିଜେତାଙ୍କୁ କ୍ୱାର୍ଟର ଫାଇନାଲରେ ଫ୍ରି ମ୍ୟାଚ୍ ଟିକେଟ ଓ ୧୦୦ ଜଣ ବିଜେତାଙ୍କୁ ମାଗଣା ଇଣ୍ଡିଆନ ହକି ଟି-ସାର୍ଟ ପ୍ରଦାନର ବ୍ୟବସ୍ଥା କରାଯାଇଛି ।

ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଅରୁନ୍ଧତୀ ଜୁଏଲର୍ସର ଅଫିସିଆଲ ଫେସବୁକ୍, ଇନଷ୍ଟାଗ୍ରାମ ଓ ଟ୍ୱିଟର ପେଜରେ ଖେଲୋ ଇଣ୍ଡିଆ-ଜିତୋ ଇଣ୍ଡିଆ ସ୍ଲୋଗାନ ମାଧ୍ୟମରେ ଇଣ୍ଡିଆନ ଟିମର ମନୋବଳ ବଢାଇବା ସହ ଉପରୋକ୍ତ ପୁରସ୍କାର ଜିତିବାର ସୁଯୋଗ ପାଇପାରିବେ ।