ଲିଭ-ଇନ୍ ପାର୍ଟନରଙ୍କ ଘରୁ ମିଳିଲା ଯୁବତୀର ଶବ

61

ଯାଞ୍ଚ ଅଧିକାରୀ କହିଛନ୍ତି, ‘ଏହି ମୁହୂର୍ତ୍ତରେ ଆମେ କିଛି ବି ଦିଗକୁ ଏଡ଼ାଇ ପାରିବୁ ନାହିଁ । ଏହା ଏକ ଯୋଜନାବଦ୍ଧ ହତ୍ୟା କିମ୍ବା ଆତ୍ମହତ୍ୟା ବୋଲି ଆମେ ବର୍ତ୍ତମାନ କହିପାରିବୁ ନାହିଁ ।  ଆମେ ସବୁ ଦିଗରୁ ଅନୁସନ୍ଧାନ କରୁଛୁ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ବିଷୟରେ ଜଣାପଡିବ ।

ଅରୁଣାଚଳ ପ୍ରଦେଶର ପଶ୍ଚିମ ସିଆଙ୍ଗ ଜିଲ୍ଲା ଅନ୍ତର୍ଗତ ‘ ଲିଭ -ଇନ୍ ପାର୍ଟନର’ଙ୍କ ଘରେ ଜଣେ ୨୪ ବର୍ଷର ଯୁବତୀଙ୍କ ମୃତଦେହ ମିଳିଛି । ମଙ୍ଗଳବାର ପୋଲିସ ଏହି ସୂଚନା ଦେଇଛି । ଜଣେ ବ୍ୟକ୍ତି ସୋମବାର ରାତି ପ୍ରାୟ ୧୦.୩୦ ସମୟରେ ଆଲୋ ପୋଲିସ ଷ୍ଟେସନରେ ପହଞ୍ଚି ଏ ବିଷୟରେ ସୂଚନା ଦେଇଥିଲେ ।  ସେଠାରେ ଉପସ୍ଥିତ ଥିବା ଅଧିକାରୀମାନଙ୍କୁ କହିଥିଲେ ଯେ ତାଙ୍କ ପ୍ରେମିକା ଆତ୍ମହତ୍ୟା କରିଛନ୍ତି ବୋଲି । ଏହା ପରେ ଏକ ପୋଲିସ ଟିମ୍ ପୁରୁଣା ମାର୍କେଟ ଅଞ୍ଚଳରେ ଥିବା ତାଙ୍କ ଘରକୁ ଯାଇ ଯୁବତୀର ଶବ ତଳେ ପଡ଼ିଥିବାର ଦେଖିଥିଲେ । ଆଲୋ ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ଡୁଟୋ ବାଗ୍ରା କହିଛନ୍ତି ଯେ ତାଙ୍କୁ ଆମେ ପ୍ରଥମେ ସରକାରୀ ଡାକ୍ତରଖାନାକୁ ନେଇଥିଲୁ  ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେ କହିଛନ୍ତି ଯେ ମୃତ ଯୁବତୀର ପୁରୁଷ ବନ୍ଧୁଙ୍କୁ  ପଚରାଉଚରା ପାଇଁ ଅଟକ ରଖାଯାଇଛି।  ପଚରାଉଚରା ବେଳେ ସେ କହିଥିଲେ ଯେ ତାଙ୍କ ସାଥୀ ରୁମ ଭିତରେ ପଶି କବାଟ ଭିତରପଟୁ ବନ୍ଦ କରିଦେଇଥିଲେ । ବାଗ୍ରା କହିଛନ୍ତି, “ପୁରୁଷ ଜଣକ ତାଙ୍କ ବନ୍ଧବୀଙ୍କୁ  କବାଟ ଖୋଲିବାକୁ ଅନେକ ଥର ଅନୁରୋଧ କରିଥିଲେ ।  ବହୁତ ସମୟ ଧରି ଡାକିବା ପରେ ଯେତେବେଳେ ସେ କବାଟ ଖୋଲିନଥିଲେ  ସେ କବାଟ ଭାଙ୍ଗି ଭିତରେ ପ୍ରବେଶ କରିଥିଲେ ଏବଂ ତାଙ୍କୁ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ପାଇଥିଲେ । ଘରେ ଯୁବକଟିର ଅସୁସ୍ଥ ବାପାଙ୍କ ବ୍ୟତୀତ ଆଉ କେହି ନଥିଲେ, ତେଣୁ ତାଙ୍କୁ ଫ୍ୟାନରୁ ଓଲ୍ହେଇବାକୁ ବହୁତ ପରିଶ୍ରମ କରିବାକୁ ପଡିଥିଲା।