ଅରୁଣାଚଳ ପ୍ରଦେଶରେ କ୍ରାସ ହୋଇଗଲା ସେନା ହେଲିକପ୍ଟର, ସର୍ଚ୍ଚ ଅପରେସନ ଜାରି

ଅରୁଣାଚଳ ପ୍ରଦେଶରେ କ୍ରାସ ହୋଇଗଲା ସେନା ହେଲିକପ୍ଟର, ସର୍ଚ୍ଚ ଅପରେସନ ଜାରି

କନକ ବ୍ୟୁରୋ : ଅରୁଣାଚଳ ପ୍ରଦେଶର ସିୟାଙ୍ଗ ଜିଲ୍ଲାରେ ଆଜି ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଠାରେ ସିୟାଙ୍ଗ ଗାଁ ନିକଟରେ ସେନାର ଏହି ହେଲିକପ୍ଟରଟି କ୍ରାସ ହୋଇଥିବା ସୂଚନା ମିଳିଛି । ଟୁଟିଂ ଠାରେ ଥିବା ସେନାର ମୁଖ୍ୟାଳୟ ନିକଟରୁ ମାତ୍ର ୨୫ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି ।

ଗୋହ୍ୱାଟି ଡିଫେନ୍ସ ପିଆରଓଙ୍କ ମୁତାବକ ସେନାର ହେଲିକପ୍ଟର ଟୁଟିଂ ଠାରୁ ମାତ୍ର ୨୫ କିଲୋମିଟର ଦୂର ସିୟାଙ୍ଗ ଗାଁ ନିକଟରେ କ୍ରାସ ହୋଇଯାଇଛି । ଯେଉଁଠି ଦୁର୍ଘଟଣା ହୋଇଛି ସେଠାରୁ ସଡକ ମାର୍ଗରେ କୌଣସି ଗମନା ଗମନର ସୁବିଧା ନାହିଁ । ହେଲେ କୌଣସି ଉପାୟରେ ଉଦ୍ଧାରକାରୀ ଦଳ ସେଠାରେ ପହଂଚିଛନ୍ତି ।

ସୂଚନା ମୁତାବକ ସେନାର ରୁଦ୍ର ହେଲିକପ୍ଟର ଏହି ଦୁର୍ଘଟଣାରେ ଶିକାର ହୋଇଛି । ରୁଦ୍ର ହେଉଛି ସେନାର ଏକ ଆକ୍ରମଣକାରୀ ହେଲିକପ୍ଟର । ଭାରତୀୟ ସେନାଙ୍କ ପାଇଁ ହିନ୍ଦୁସ୍ଥାନ ଏରୋନେଟିକ୍ ପକ୍ଷରୁ ଏହି ହେଲିକପ୍ଟରକୁ ପ୍ରସ୍ତୁତ କରାଯାଇଥିଲା ।

ସେପଟେ ହେଲିକପ୍ଟରରେ କେତେ ଜଣ ଥିଲେ ଓ ସେମାନଙ୍କର ସ୍ଥିତି ନେଇ କୌଣସି ସୂଚନା ମିଳିପାରି ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe