କନକ ବ୍ୟୁରୋ: ଅରୁଣାଚଳ ପ୍ରଦେଶରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଘଟଣାରେ ଅନ୍ତିମ ଶବ ଉଦ୍ଧାର କରାଯାଇଛି । ଏହି ଶବ ସହ ମୃତକଙ୍କ ସଂଖ୍ୟା ୫ରେ ପହଞ୍ଚିଛି । ପ୍ରତିରକ୍ଷା ମନ୍ତ୍ରାଳୟର ପ୍ରବକ୍ତା ଲେଫ୍ଟନାଣ୍ଟ କର୍ଣ୍ଣେଲ ଏଏସ ବାଲିଆ ଏନେଇ ସୂଚନା ଦେଇ କହିଛନ୍ତି, ହେଲିକପ୍ଟର ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏ ସମସ୍ତଙ୍କୁ ନେଇ ଶୁକ୍ରବାର ହେଲିକପ୍ଟର ନିୟମିତ ଉଡାଣ ଆରମ୍ଭ କରିଥିଲା । ପାଖାପାଖି ୧୦ଟା ୪୩ରେ ଏହା ମିମିଙ୍ଗ ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ବାଲିଆ ଆହୁରି ମଧ୍ୟ କହିଛନ୍ତି, ଏହି ଦୁର୍ଘଟଣା ଚୀନ ସୀମାର ପାଖପାଖି ୩୫ କିଲୋମିଟର ଦୂରରେ ହୋଇଛି । ଘନ ଜଙ୍ଗଲ ଭିତରେ ଏହି ଦୁର୍ଘଟଣା ହୋଇଥିଲା । ଶୁକ୍ରବାର ୪ ଜଣଙ୍କର ଶବ ଉଦ୍ଧାର କରାଯାଇଥିବା ବେଳେ ଆଉ ଜଣଙ୍କର ଶବ ଉଦ୍ଧାର ହୋଇପାରିନଥିଲା । ତେବେ ଶନିବାର ତାଙ୍କର ଶବ ଉଦ୍ଧାର କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/Collage-Maker-22-Oct-2022-05.41-PM.jpg)