କନକ ବ୍ୟୁରୋ : ଗମନାଗମନକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଅରୁଣ ସାହୁ । ଶୂନ୍ୟକାଳରେ ଉଠାଇଲେ କେନ୍ଦ୍ର ଅବହେଳାର ପ୍ରସଙ୍ଗ । ରେଳ ବଜେଟକୁ ନେଇ କଡ଼ା ସମାଲୋଚନା କରିବା ସହ ଅରୁଣ କହିଛନ୍ତି, କେନ୍ଦ୍ର ସରକାର ଯାହା ଅର୍ଥ ଘୋଷଣା କରନ୍ତି ତାହା ଦିଅନ୍ତିନି ।ସେହିଭଳି ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ପ୍ରସଙ୍ଗ ଉଠାଇ ଏହାର ବିଳମ୍ବିତ ପ୍ରକ୍ରିୟାକୁ ନେଇ କେନ୍ଦ୍ରକୁ ସମାଲୋଚନା କରିଛନ୍ତି ଅରୁଣ । ଏବେ ବି ଓଡ଼ିଶାର ବହୁ ଜିଲ୍ଲା ରେଳ ସଂଯୋଗ ଯାଇନାହିଁ । ଜାତୀୟ ରାଜପଥ ପ୍ରସଙ୍ଗ ଉଠାଇ ଟାର୍ଗେଟ କରିବା ସହ ବାଚସ୍ପତି ରୁଲିଂ ଦେବାକୁ ଦାବି କଲା ବିଜେଡି ।
ଅନ୍ୟପଟେ ଅରୁଣଙ୍କୁ କାଉଣ୍ଟର କଲେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ । ସୁବାଷ କହିଛନ୍ତି କେନ୍ଦ୍ର ଟଙ୍କା ଦେଉଥିଲେ ବି ରାଜ୍ୟ ସରକାର ଜମି ଯୋଗାଇ ଦେଉନାହାନ୍ତି । ତାଳେଚର-ବିମଳାଗଡ଼ ରେଳ ଲାଇନ ପାଇଁ କ୍ରମାଗତ ଟଙ୍କା ଆସୁଥିଲେ ବି ରାଜ୍ୟ ସରକାର ଜମି ଦେଉ ନଥିବାରୁ କାମ ଆଗଉନି । ତେଣୁ ବାଚସ୍ପତି ରୁଲିଂ ଦିଅନ୍ତୁ ସରକାର କେବେ ସୁଦ୍ଧା ଜମି ଯୋଗାଇ ଦେବେ ତାହାର ଉତ୍ତର ଗୃହରେ ରଖନ୍ତୁ ବୋଲି ଗୃହରେ ଦାବି କଲେ ସୁବାଷ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/34-14.jpg)