କନକ ବ୍ୟୁରୋ : ଡିଜିପି ଭାବେ ଦାୟିତ୍ୱ ନେଲେ ଅରୁଣ ଷଡଙ୍ଗୀ । ୧୯୯୦ ବ୍ୟାଚର ଆଇପିଏସ୍ ଅଫିସର ଅରୁଣ ଷଡଙ୍ଗୀ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଅତିରିକ୍ତ ଡିଜିପି ଭାବେ ଦାୟିତ୍ୱ ନେଇଛନ୍ତି । ନୂଆ ଡିଜିପି ନିଯୁକ୍ତ ହେବା ପର୍ଯ୍ୟନ୍ତ ସେ ଦାୟିତ୍ୱରେ ରହିବେ ବୋଲି ଜଣାପଡିଛି । ଏହା ପୂର୍ବରୁ ଅରୁଣ ଷଡଙ୍ଗୀ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ ।
୧୯୯୦ ବ୍ୟାଚର ଆଇପିଏସ ଅଫିସର ଅରୁଣ ନିଜର କାର୍ୟ୍ୟଦକ୍ଷତା ପାଇଁ ପୋଲିସ ମେଡାଲ ପାଇଛନ୍ତି । ବର୍ତ୍ତମାନ ପୋଲିସ ଡିଜି ଥିବା ସୁନୀଲ ବଂଶଲଙ୍କର କାର୍ୟ୍ୟକାଳ ଶେଷ ହେବା ପରେ ତାଙ୍କୁ ଅତିରିକ୍ତ ଡିଜିପି ଭାବେ ଦାୟିତ୍ୱ ମିଳିଛି । ତେବେ ଏପର୍ୟ୍ୟନ୍ତ ନୂଆ ଡିଜି ନିଯୁକ୍ତି ନେଇ ପ୍ରକ୍ରିୟା ପୂରା ହୋଇନଥିବାରୁ ଅରୁଣଙ୍କୁ ଏହି ଗୁରୁଦାୟିତ୍ୱ ଦିଆଯାଇଛି ।