ଅରୁଣ ଷଡଙ୍ଗୀଙ୍କୁ ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ । ଆସନ୍ତାକାଲି ପୋଲିସ ଡିଜି ସୁନୀଲ ବଂଶଲଙ୍କର ସରୁଛି କାର୍ଯ୍ୟକାଳ ।

ଅରୁଣ ଷଡଙ୍ଗୀଙ୍କୁ ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ । ଆସନ୍ତାକାଲି ପୋଲିସ ଡିଜି ସୁନୀଲ ବଂଶଲଙ୍କର ସରୁଛି କାର୍ଯ୍ୟକାଳ ।

କନକ ବ୍ୟୁରୋ : ଅରୁଣ ଷଡଙ୍ଗୀଙ୍କୁ ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ । ୧୯୯୦ ଆଇପିଏସ ବ୍ୟାଚର ଅଫିସର ଅରୁଣ ଷଡଙ୍ଗୀ ଏବେ ଅତିରିକ୍ତ ଭାବେ ଡିଜିପି ଦାୟିତ୍ୱ ତୁଲାଇବେ । ପରବର୍ତ୍ତୀ ଡିଜିପି ନିଯୁକ୍ତି ପର୍ଯ୍ୟନ୍ତ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିବେ ଅରୁଣ । ଏବେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି ଅରୁଣ ।

୧୯୯୦ ବ୍ୟାଚର ଆଇପିଏସ ଅଫିସର ଅରୁଣ ନିଜର କାର୍ଯ୍ୟଦକ୍ଷତା ପାଇଁ ପୋଲିସ ମେଡାଲ ପାଇଛନ୍ତି । ବର୍ତ୍ତମାନ ପୋଲିସ ଡିଜି ଥିବା ସୁନୀଲ ବଂଶଲଙ୍କର କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେବ । ତେବେ ଏପର୍ଯ୍ୟନ୍ତ ନୂଆ ଡିଜି ନିଯୁକ୍ତି ନେଇ ପ୍ରକ୍ରିୟା ପୂରା ହୋଇନଥିବାରୁ ଅରୁଣଙ୍କୁ ଏହି ଗୁରୁଦାୟିତ୍ୱ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe