କନକ ବ୍ୟୁରୋ : ଅରୁଣ ଷଡଙ୍ଗୀଙ୍କୁ ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ । ୧୯୯୦ ଆଇପିଏସ ବ୍ୟାଚର ଅଫିସର ଅରୁଣ ଷଡଙ୍ଗୀ ଏବେ ଅତିରିକ୍ତ ଭାବେ ଡିଜିପି ଦାୟିତ୍ୱ ତୁଲାଇବେ । ପରବର୍ତ୍ତୀ ଡିଜିପି ନିଯୁକ୍ତି ପର୍ଯ୍ୟନ୍ତ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିବେ ଅରୁଣ । ଏବେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି ଅରୁଣ ।
୧୯୯୦ ବ୍ୟାଚର ଆଇପିଏସ ଅଫିସର ଅରୁଣ ନିଜର କାର୍ଯ୍ୟଦକ୍ଷତା ପାଇଁ ପୋଲିସ ମେଡାଲ ପାଇଛନ୍ତି । ବର୍ତ୍ତମାନ ପୋଲିସ ଡିଜି ଥିବା ସୁନୀଲ ବଂଶଲଙ୍କର କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେବ । ତେବେ ଏପର୍ଯ୍ୟନ୍ତ ନୂଆ ଡିଜି ନିଯୁକ୍ତି ନେଇ ପ୍ରକ୍ରିୟା ପୂରା ହୋଇନଥିବାରୁ ଅରୁଣଙ୍କୁ ଏହି ଗୁରୁଦାୟିତ୍ୱ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/23-up.jpg)