କନକ ବ୍ୟୁରୋ: ନୟାଗଡରୁ ଜିତିଲେ ଅରୁଣ ସାହୁ । ବିଜେଡି ବିଧାୟକ ପ୍ରାର୍ଥୀ ଅରୁଣ ସାହୁ ଚଳିତ ସାଧାରଣ ନିର୍ବାଚନରେ ବିଜୟ ଲାଭ କରିଛନ୍ତି । ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀଙ୍କୁ ପରାସ୍ତ କରିଛନ୍ତି ଅରୁଣ ସାହୁ । ତେବେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ଆଜି ଆରମ୍ଭରୁ କଡା ଟକ୍କର ଦେଖିବାକୁ ମିଳିଥିଲା । କିଛି ରାଉଣ୍ଡରେ ବିଜେପି ପ୍ରାର୍ଥୀ ଆଗୁଆ ରହୁଥିବାବେଳେ, ଅନ୍ୟ କିଛି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଥିଲେ । ହେଲେ ଶେଷ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଅରୁଣ ସାହୁ ବିଜୟୀ ସହିତ ପ୍ରତ୍ୟୁଷା ରାଜେଶ୍ୱରୀଙ୍କୁ ପରାସ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୦୪ ମସିହାରୁ ଲଗାତାର ନୟାଗଡ ଆସନରୁ ବିଜୟ ଲାଭ କରିଆସୁଛନ୍ତି ଅରୁଣ ସାହୁ । ନୟାଗଡରୁ ଲଗାତାର ୪ଥର ସେ ନିର୍ବାଚିତ ହେଇଥିଲେ ଆଉ ଏଥର ମଧ୍ୟ ଦଳ ତାଙ୍କୁ ଟିକେଟ୍ ଦେଇଥିଲା । ଅନ୍ୟପଟେ ବିଜେପି ଏହି ଆସନରୁ ପ୍ରତ୍ୟୁଷା ରାଜେଶ୍ୱରୀଙ୍କୁ ପ୍ରାର୍ଥୀ କରିଥିଲା । ତେବେ ନିର୍ବାଚନ ରଣାଙ୍ଗନରେ ପ୍ରତ୍ୟୁଷାଙ୍କୁ ହରାଇ ବାଜି ମାରିଛନ୍ତି ଅରୁଣ ସାହୁ ।
ଜିତିଲେ ଅରୁୁଣ, ହାରିଲେ ପ୍ରତ୍ୟୁଷା । ନୟାଗଡରେ ପୁଣି ବିଜେଡିର ବାଜିମାତ୍
/kanak/media/post_attachments/wp-content/uploads/2024/06/14-4.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)