ପିଏମ କିଷାନ ଯୋଜନା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ଚିଠି ଲେଖିଲେ କୃଷି ମନ୍ତ୍ରୀ ଅରୁଣ ସାହୁ । ୪.୫୨ ଲକ୍ଷ ଚାଷୀଙ୍କୁ ପିଏମ୍ କିଷାନ ଯୋଜନାରେ ସାମିଲ କରିବାକୁ ଦାବି ।

201

କନକ ବ୍ୟୁରୋ: ପିଏମ୍ କିଷାନ ଯୋଜନା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଲେ କୃଷିମନ୍ତ୍ରୀ ଅରୁଣ ସାହୁ । ଏହି ଚିଠିରେ ସେ ପିଏମ୍ କିଷାନ ଯୋଜନାରେ ହିତାଧିକାରୀ ସଂଖ୍ୟା ବଢାଇବାକୁ କେନ୍ଦ୍ରମନ୍ତ୍ରୀଙ୍କ ଆଗରେ ଦାବି ରଖିଛନ୍ତି । ଏଥିସହିତ ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଆମ ରାଜ୍ୟରେ ଏବେ ମୋଟ ୪୩.୧୭ ଲକ୍ଷ ପଞ୍ଜୀକୃତ ଚାଷୀ ରହିଛନ୍ତି । ହେଲେ ସେମାନଙ୍କ ଭିତରୁ କେବଳ ୩୮.୬୫ ଲକ୍ଷ ଚାଷୀ ପିଏମ କିଷାନର ସୁବିଧା ପାଇପାରୁଛନ୍ତି । ବାକି ଥିବା ୪.୫୨ ଲକ୍ଷ ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ଆଜି କୃଷିମନ୍ତ୍ରୀ ଅରୁଣ ସାହୁ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରିଛନ୍ତି ।