ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁଙ୍କ ଟ୍ୱିଟ୍ : ଅଫଲାଇନ୍ ବା ଅନଲାଇନ ହେଉ ଜ୍ଞାନ ହାସଲ କରନ୍ତୁ

4,285

କନକ ବ୍ୟୁରୋ : ଯୁକ୍ତ୨ ପରୀକ୍ଷା ବାତିଲ୍‌ ହେବ କି ନାହିଁ । ଏ ନେଇ ଛାତ୍ରଛାତ୍ରୀଙ୍କୁ ଚିନ୍ତାରେ ପକାଇ ଦେଇଛି । ସେପଟେ, ଏହି ପରୀକ୍ଷା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ନିର୍ଭର ‌କରେ। ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷା ଗ୍ରହଣ ଲାଗି ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଇଞ୍ଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିବାରେ ବି ଯୁକ୍ତ୨ ମାର୍କର ଆବଶ୍ୟକତା ବେଶି ରହୁଛି। ତେଣୁ କମ୍‌ ମାର୍କ ହେଲେ ମଧ୍ୟ ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଇବା ଠିକ୍‌ ହେବ ନାହିଁ ବୋଲି ଶିକ୍ଷାବିତ୍‌ଙ୍କ ମତ ଦେଇଛନ୍ତି ।

ସେହିଭଳି ସମସ୍ତଙ୍କ ପରୀକ୍ଷା ବାତିଲ୍‌ ହୋଇସାରିଲାଣି । ଆମର କାହିଁକି ପକାଇ ରଖିଛନ୍ତି । ସେମାନେ ସବୁ ଆପଣଙ୍କ ପିଲା, ଆମେ କ’ଣ ପିଲା ନୋହୁଁ । ସେମାନଙ୍କର ଭବିଷ୍ୟତ ଅଛି ଆମର ଆଉ ଭବିଷ୍ୟତ ନାହିଁ । ପଢ଼ିବା ପାଇଁ ଆମ ବାପା ମା’ କ’ଣ ଆମକୁ ପଇସା ଦେଉନାହାନ୍ତି । ଯେତେଶୀଘ୍ର ସମ୍ଭବ ଆମ ପରୀକ୍ଷା ବାତିଲ୍‌ କର। ନ ହେଲେ ଯାହା ନିଷ୍ପତ୍ତି ନେଉଛ ତୁରନ୍ତ ନିଅ । ଆମେ ମାନସିକ ଅଶାନ୍ତିରେ ରହୁଛି। ପରୀକ୍ଷା ଦେବାକୁ ଆମର ଆଉ ଇଚ୍ଛା ନାହିଁ ।’ ଏଭଳି ଭାବେ କାଲି ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନେ ବିକ୍ଷୋଭ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ଆଉ ଏହାରି ଭିତରେ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁଙ୍କ ଟ୍ୱିଟ୍ କରିଛନ୍ତି । କରୋନା କ୍ରମାଗତ ଭାବେ ଗୁରୁତର ଓ ସଙ୍କଟ ପରିସ୍ଥିତି ସୃଷ୍ଟି କରିଛି । ଆମକୁ ସଙ୍କଟକୁ ସୁଯୋଗରେ ପରିଣତ କରିବାକୁ ପଡିବ । ଛାତ୍ରଛାତ୍ରୀ ଅଧ୍ୟୟନରେ ଏକାଗ୍ର ହେବା ଆବଶ୍ୟକତା ରହିଛି । ଅଫଲାଇନ୍ ହେଉ ବା ଅନଲାଇନ ହେଉ ଜ୍ଞାନ ହାସଲ କରନ୍ତୁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ।