ବିରୋଧୀ ଦଳ ନେତାଙ୍କୁ ଶାସକ ଦଳର ବିଧାୟକଙ୍କ ବାଣ । ଅରୁଣ କହିଲେ, 5-T କଣ ତାହା ଭଲ ଭାବେ ବୁଝିଛନ୍ତି ବିରୋଧୀ ଦଳ ନେତା, ଯଦି ସବୁଜ ରଙ୍ଗ କଥା କହୁଛନ୍ତି ତେବେ ପରିବା ଖାଇବା ଛାଡିଦିଅନ୍ତୁ ।

ବିରୋଧୀ ଦଳ ନେତାଙ୍କୁ ଶାସକ ଦଳର ବିଧାୟକଙ୍କ ବାଣ । ଅରୁଣ କହିଲେ, 5-T କଣ ତାହା ଭଲ ଭାବେ ବୁଝିଛନ୍ତି ବିରୋଧୀ ଦଳ ନେତା, ଯଦି ସବୁଜ ରଙ୍ଗ କଥା କହୁଛନ୍ତି ତେବେ ପରିବା ଖାଇବା ଛାଡିଦିଅନ୍ତୁ ।

କନକ ବ୍ୟୁରୋ : ଶୂନ୍ୟକାଳରେ ଡ୍ରପ ଆଉଟ ପ୍ରସଙ୍ଗ ଉଠାଇବା ସହ 5-T କୁ ନେଇ ପ୍ରଶ୍ନବାଣ ମାରିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଏହାର ରଖିଛି ଶାସକ ଦଳ । ଶାସକ ଦଳର ବିଧାୟକ ଅରୁଣ ସାହୁ ବିରୋଧୀ ଦଳ ନେତାଙ୍କୁ ଜବାବ ଦେଇ କହିଛନ୍ତି, ବିରୋଧୀ ଦଳ ନେତା ବାରମ୍ବାର ଅନେକ ଘଟଣା ଉଠାଉ ଛନ୍ତି ଯାହା କି ହାସ୍ୟାସ୍ପଦ  5-T କଣ ତାହା ବୁଝିଛନ୍ତି ବିରୋଧୀ ଦଳ ନେତା । କିନ୍ତୁ ବୁଝି ଅବୁଝା ହେଉଛନ୍ତି । ସେ ବୁଝିବା ପରି ଲାଗୁଛି ।ଯଦି ଓଡ଼ିଶାର କୌଣସି ଗାଁ କୁ ଯିବେ ଯେଉଁଠି ପ୍ରଗତିର ଲକ୍ଷଣ ଦେଖିବେ ସେଇଟା ହିଁ 5-T ।

ବିରୋଧୀ ଦଳ ନେତା 5-T କୁ ନେଇ ପାକିସ୍ତାନରେ ପହଂଚିଲେଣି । ଜାତୀୟ ପତାକାରେ ବି ସବୁଜ ରଙ୍ଗ ରହିଛି ।  ବିରୋଧୀ ଦଳ ନେତା ସ୍କୁଲରେ ଲାଗିଥିବା ସବୁଜ ରଙ୍ଗ କଥା କେମିତି କହୁଛନ୍ତି ।  5-T କୁ ନେଇ ଯାହା ଯାହା କହୁଛନ୍ତି ସେଥିରେ ତାଳ ମେଳ ନାହିଁ ।  ବିଜେପି ଶାସିତ ରାଜ୍ୟର ଲୋକ ବି ଆସିକି 5-T କୁ ଅନୁକରଣ କରୁଛନ୍ତି ।  ତାଙ୍କୁ 5-T ଭୂତ ଲାଗିଛି।  5-T  ହେଉଛି ଏକ ଚିନ୍ତା ଧାରା, ଏକ ବିଚାର ଧାରା ।  ସବୁଠି 5-T ଜରିଆରେ ସ୍କୁଲର ରୂପାନ୍ତରଣ ହେଉଛି, ସବୁ ନିର୍ବାଚନ ମଣ୍ଡଳୀରେ ହେଉଛି । ସବୁଜ ରଙ୍ଗ କଥା ଯଦି କହୁଛନ୍ତି ପରିବା ଖାଇବା ଛାଡି ଦିଅନ୍ତୁ, 5-T ଭୂତ ଛାଡ଼ନ୍ତୁ ।

ଏହାପୂର୍ବରୁ ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗୃହରେ କହିଥିଲେ, ଡ୍ରପଆଉଟ ରେସିଓରେ ଭାରତରେ ଓଡିଶା ଏକ ନମ୍ବର । ମାଟ୍ରିକ ପରୀକ୍ଷାରେ ୧୫ ହଜାରରୁ ଅଧିକ ପିଲା ରହିଛନ୍ତି ଅନୁପସ୍ଥିତ । ପରୀକ୍ଷା ବେଳେ ମନ୍ତ୍ରୀ ସ୍କୁଲ ପରିଦର୍ଶନ ନାଁରେ ପିଲାଙ୍କ ସହ ଫଟୋ ଉଠାଉଥିବା ଅଭିଯୋଗ ଆଣିଥିଲେ ବିରୋଧୀ ଦଳ ନେତା । ଏହାଦ୍ୱାରା ପିଲାଙ୍କ ସ୍ଥିରତା ଉପରେ ପ୍ରଭାବ ପଡୁ ନାହିଁ କି ବୋଲି ପ୍ରଶ୍ନ କରିଥିଲେ ଜୟନାରାୟଣ ।

ସେହିଭଳି ଜୟନାରାୟଣ କହିଥିଲେ, ଏବେ ଓଡିଶାର ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିବାକୁ ବସିଛନ୍ତି । ପାକିସ୍ତାନ ରଙ୍ଗରେ ସ୍କୁଲ ଗୁଡିକୁ ରଙ୍ଗେଇ ଦେଲେ ସ୍କୁଲ ଗୁଡିକର ଉନ୍ନତି ହେବ ନାହିଁ । ଏବେ ଅନେକ ସ୍କୁଲରେ ଶିକ୍ଷକ ନାହାନ୍ତି । ଷଷ୍ଠ କ୍ଲାସର ପିଲା ଅ ଠୁ କ୍ଷ ପର୍ଯ୍ୟନ୍ତ କହି ପାରୁନି । ଏହା କଣ ସରକାରଙ୍କ 5-T ବୋଲି ଶୂନ୍ୟକାଳରେ ପ୍ରଶ୍ନ ଉଠାଇବା ସହ ମନ୍ତ୍ରୀଙ୍କ ଉତ୍ତର ଦାବି କରିଥିଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe