କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟର ଜବାବ ରଖିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଅରୁଣ କହିଛନ୍ତି, ଯଦି ରାଜନୈତିକ ବ୍ୟକ୍ତିମାନେ ହାତରେ ମାରଣାସ୍ତ୍ର ନେଇ ଆନ୍ଦୋଳନକୁ ଯିବେ, ଓ ଆକ୍ରମଣ କରିବେ ତେବେ ତାଙ୍କୁ କଣ କ୍ଷମା କରାଯିବ କି ? ସେମାନେ କଣ ଦୋଷୀ ସାବ୍ୟସ୍ତ ହେବେ ନାହିଁ କି ବୋଲି କହିଛନ୍ତି ଅରୁଣ ।
ଏହାସହ ଅରୁଣ କହିଛନ୍ତି, ଆନ୍ଦୋଳନକୁ କେହି ବିରୋଧ କରୁନାହାନ୍ତି । ଆନ୍ଦୋଳନ ପାଇଁ ଗଣତାନ୍ତ୍ରିକ ଅଧିକାର ଅଛି, ଗଣତାନ୍ତ୍ରିକ ଉପାୟରେ ଯେ କେହି ବି ଆନ୍ଦୋଳନ କରିପାରିବ । କିନ୍ତୁ ଗଣତାନ୍ତ୍ରିକ ଆନ୍ଦୋଳନ କୌଣସି ଏକ ହିଂସାର ରୂପ ନେବ ଏକଥା କୌଣସି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ଆମେ ଆନ୍ଦୋଳନ କରିବାକୁ ଗଲା ବେଳେ ପୋଷ୍ଟର, ବ୍ୟାନର ପ୍ଲାକାର୍ଡ ଧରି ଯାଇଥାଉ । କିନ୍ତୁ ହାତରେ ପଥର, ଇଟା, ଛୁରୀ, କାଚ ବୋତଲ ନେଇ ବ୍ୟାରିକେଡ ଭାଙ୍ଗିବା ସହ ଆକ୍ରମଣ କରୁଥିବା ବେଳେ ଅଟକାଇଲେ ଏହାକୁ ଅଗଣତାନ୍ତ୍ରିକ ବୋଲି କେମିତି କୁହାଯିବ । ସୁସ୍ଥ ଗଣତାନ୍ତ୍ରିକ ପଦ୍ଧତିରେ ରାଜନୀତି ହୁଏ । ତେଣୁ ଗଣତନ୍ତ୍ରକୁ ସୁସ୍ଥ ରଖନ୍ତୁ, ଯୁବପୀଢିଙ୍କୁ ପଥଭ୍ରଷ୍ଟ ନକରନ୍ତୁ । ହିଂସା କରିବାକୁ ଉସୁକାଇବା ଓ ପ୍ରବର୍ତ୍ତାଇବା ସହ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରି ରାଜନୈତିକ ଫାଇଦା ନେବାକୁ ଚେଷ୍ଟା ନ କରନ୍ତୁ ବୋଲି କହିଛନ୍ତି ଅରୁଣ ସାହୁ ।
ଏହାପୂର୍ବରୁ ଲୋୟର ପିଏମଜିରେ ଖଣ୍ଡଯୁଦ୍ଧକୁ ନେଇ ଉଭୟ ପୋଲିସ ଓ ଶାସକ ଦଳ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଗତକାଲି ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଥିବା ସମୟରେ ପୋଲିସ ଯେଉଁଭଳି ଭାବରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ତାକୁ କଠୋର ଭାଷାରେ ନିନ୍ଦା କରୁଛି ।
ଗଣତନ୍ତ୍ରରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି । ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ହେଉଛନ୍ତି ଏକ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତା । ମାତ୍ର ପୋଲିସ ସେମାନଙ୍କୁ ରାଜନୈତିକ କାର୍ଯ୍ୟକର୍ତ୍ତା ଭାବରେ ନୁହେଁ ବରଂ ଅପରାଧୀ ଭାବରେ ଅମାନୁଷିକ ଭାବେ ଆକ୍ରମଣ କରିଛି, ତାହା ଚିନ୍ତାଜନକ ।
ଓଡ଼ିଶାର ପୋଲିସ ପ୍ରଶାସନ ଶାସକ ଦଳର ହିତରେ କାର୍ଯ୍ୟ କରିବା ପାଇଁ ନୁହେଁ ବରଂ ସାଢେ ୪ କୋଟି ଓଡ଼ିଆଙ୍କ ସୁରକ୍ଷାରେ ନିୟୋଜିତ ଅଛନ୍ତି । କିଛି ପୋଲିସ ଅଧିକାରୀ ଯେଉଁଭଳି ଭାବେ ଏକପାଖିଆ ନିଷ୍ପତି ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ଏହା ଗଣତନ୍ତ୍ର ପାଇଁ ଶୋଭନୀୟ ନୁହେଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/43.jpg)